ନୂଆଦିଲ୍ଲୀ: ଦୀପାପଳି ଓ ଛଟ୍ ପର୍ବରେ ଯାତ୍ରୀଙ୍କ ସୁବିଧା ପାଇଁ ରେଳୱେ ବଡ଼ ପ୍ରସ୍ତୁତି ଆରମ୍ଭ କରିଛି । ଏହି ଦୁଇ ପର୍ବ ପାଇଁ ଭାରତୀୟ ରେଳ ୧୨ ହଜାରରୁ ଅଧିକ ସ୍ପେଶାଲ ଟ୍ରେନ୍ ଚଲାଇବା ପାଇଁ ନିଷ୍ପତ୍ତି ନେଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଭବନରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ସାଂସଦ ସଂଜୟ ଜୟସୱାଲ, କେନ୍ଦ୍ରମନ୍ତ୍ରୀ ଲଲନ୍ ସିଂହ ଓ ସାଂସଦ ସଞ୍ଜୟ ଝାଙ୍କ ସହ ଚର୍ଚ୍ଚା ପରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାସହ ଯାତ୍ରୀଙ୍କ ରିଟର୍ଣ୍ଣ ଯାତ୍ରା ମଧ୍ୟ ଯେପରି ସୁବିଧାଜନକ ହୋଇପାରିବ, ତାହା ଧ୍ୟାନ ରଖାଯିବ ।
NDA सरकार बिहार के विकास के लिए प्रतिबद्ध है
— Ashwini Vaishnaw (@AshwiniVaishnaw) August 20, 2025
✅ दिवाली और छठ पूजा के लिए 12,000 स्पेशल ट्रेन सेवाएं
✅ 4 नई अमृत भारत एक्सप्रेस ट्रेन
✅ 1 नई वंदे भारत (पूर्णिया से पटना)
✅ 1 बुद्ध सर्किट ट्रेन (वैशाली से कोडरमा) pic.twitter.com/Bnffbt93v8
ବରିଷ୍ଠ ଜନପ୍ରତିନିଧିଙ୍କ ସହ ଆଲୋଚନା ପରେ ଆଗାମୀ ଦୀପାବଳି ଓ ଛଟ୍ ପାଇଁ ୧୨ ହଜାର ସ୍ୱତନ୍ତ୍ର ଟ୍ରେଲ୍ ଚଲାଇବ ରେଲୱେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଯେଉଁ ଯାତ୍ରୀ ଅକ୍ଟୋବର ୧୩ରୁ ୨୬ ମଧ୍ୟରେ ଯାତ୍ରା କରିବେ ଓ ନଭେମ୍ୱର ୧୭ରୁ ଡିସେମ୍ୱର ୧ ମଧ୍ୟରେ ରିଟର୍ଣ୍ଣ କରିବେ, ସେମାନଙ୍କୁ ରିଟର୍ଣ୍ଣ ଟିକଟ୍ ଉପରେ ୨୦ ପ୍ରତିଶତ ରିହାତି ସୁବିଧା ମିଳିବ । ଆସନ୍ତା ପାର୍ବଣ ଋତୁ ପାଇଁ ଏଭଳି ପ୍ରୟୋଗ କରାଯିବ । ଏହାଦ୍ୱାରା ଅନେକ ଯାତ୍ରା ଲାଭବାନ ହେବେ ।
ଏହାଛଡ଼ା ଚାରୋଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍- ଗୟା ଜୀରୁ ଦିଲ୍ଲୀ, ସହରସାରୁ ଅମୃତସର, ଛପରାରୁ ଦିଲ୍ଲୀ ଓ ମୁଜଫରପୁରରୁ ହାଇଦ୍ରାବାଦ ଆରମ୍ଭ କରାଯିବ । ଭାଗବାନ ବୃଦ୍ଧଙ୍କ ବିଶେଷ ସ୍ଥାନକୁ ଯୋଡ଼ି, ମଧ୍ୟବିତ୍ତ ପରିବାର ପାଇଁ ଏକ ନୂଆ ସର୍କିଟ ଗାଡ଼ି ଚଳାଚଳ କରାଯିବ । ଏହା ବୈଶାଲୀ, ହାଜିପୁର, ସୋନପୁର, ପାଟନା, ରାଜଗିର, ଗୟା ଜୀ, କୋଡରମାର ପୂରା ସର୍ଟିକକୁ କଭର୍ କରିବ । ସେହିପରି ପାଟନାରୁ ଚାଟୋରି ଅତିରିକ୍ତ ରିଙ୍ଗ ରେଲୱେର ବ୍ୟବସ୍ଥା କରାଯିବ । ସୁଲତାନଗଞ୍ଜ ଓ ଦେବଘରକୁ ଯୋଡ଼ାଯିବ । ପାଟନାରୁ ଅଯୋଧ୍ୟା ପାଇଁ ନୂଆ ଗାଡ଼ି ଚଳାଚଳ କରିବ ।