OTET କେଳେଙ୍କାରୀ : ଘୁଞ୍ଚିଲା ଅଭିଯୁକ୍ତଙ୍କ ଜାମିନ ଶୁଣାଣି, ୨୨କୁ ଘୁଞ୍ଚିଲା ଶୁଣାଣି

Published By : Prameya-News7 Bureau | August 18, 2025 IST

କଟକ ୧୮।୦୮ : OTET ପ୍ରଶ୍ନପତ୍ର ଲିକ ମାମଲା। ଘୁଞ୍ଚିଲା ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି । ଆସନ୍ତା ୨୨ ତାରିଖରେ କଟକ ଏଡିଜେ କୋର୍ଟରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । 

ଖବର ଅନୁଯାୟୀ, OTET ପ୍ରଶ୍ନପତ୍ର ଲିକ ମାମଲାରେ ଛାନ୍‌ଭିନ୍‌ କରୁଛି କ୍ରାଇମବ୍ରାଞ୍ଚ । ବୋର୍ଡର ପୂର୍ବତନ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହାପରେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କଟକ ଏଡିଜେ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କୋର୍ଟ ଉକ୍ତ ମାମଲାର ଶୁଣାଣି କରି ଅଭିଯୁକ୍ତ ବିଜୟ ଓ ଜିତନଙ୍କୁ ୨ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ଏହାପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପୃଥକ ପୃଥକ ଭାବେ ଜେରା କରିଥିଲା। ଦୀର୍ଘ ଘଣ୍ଟାର ଜେରାରେ ଅନେକ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବୋଲି ସୂଚନା ମିଳିଛି। ତେବେ ତଦନ୍ତ ଅଗ୍ରଗତିରେ ଥିବା ବେଳେ କୋର୍ଟରେ କେସ୍‌ ଡାଏରୀ ଦାଖଲ କରିପାରିନାହିଁ କ୍ରାଇମବ୍ରାଞ୍ଚ । ଯାହାକୁ ଆଧାର କରି କୋର୍ଟରେ ଅଧିକ ସମୟ ମାଗିଛି କ୍ରାଇମବ୍ରାଞ୍ଚ । କୋର୍ଟ ଉକ୍ତ ମାମଲାର ଶୁଣାଣି ଓ ତଥ୍ୟକୁ ଗ୍ରହଣ କରି ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.