Open AI ଲଞ୍ଚ କଲା ନୂଆ AI ସଫ୍ଟୱେର ଇଞ୍ଜିନିୟର Codex, ଟେଷ୍ଟିଂରୁ କୋଡିଂ ସବୁ କରୁଛି ନିଜେ

Published By : Prameya-News7 Bureau | May 18, 2025 IST

ନୂଆଦିଲ୍ଲୀ ୧୮।୫: ଏବେ କୋଡିଂ କରିବା ଆହୁରି ସହଜ ହୋଇଯାଇଛି। ଓପନ ଏଆଇ ଏକ ନୂଆ ଏଆଇ ଟୁଲ ଲଞ୍ଚ କରିଛି, ଯାହାର ନାମ ରଖାଯାଇଛି ‘କୋଡେକ୍ସ’। ଏହା ଏପରି ଏକ ଡିଜିଟାଲ ପ୍ରୋଗ୍ରାମର ଯିଏ କୋଡିଂ କାମରେ ଆପଣଙ୍କୁ ସହାୟତା କରିବ। ଯଦି ଆପଣଙ୍କୁ କୋଡ ଲେଖିବାର ଅଛି, ତ୍ରୁଟିକୁ ସୁଧାରିବାର ଅଛି ଅଥବା ପ୍ରୋଜେକ୍ଟ ସମ୍ପର୍କିତ କିଛି ପ୍ରଶ୍ନ ଅଛି ତେବେ କୋଡେକ୍ସ ସବୁ କରିଦେଇ ପାରିବ। ଏହି ଟୁଲ ଚାଟ ଜିପିଟିରେ ହିଁ ମହଜୁଦ ଅଛି ଓ ବହୁତ ସ୍ମାର୍ଟ ରୂପେ ଆପଣଙ୍କ କାମକୁ ସହଜରେ କରିଦେବ। ତେବେ ଆସନ୍ତୁ ଜାଣିବା କୋଡେକ୍ସ କ’ଣ? 

ଓପନ ଏଆଇ ନିକଟରେ ଏକ କୋଡିଂ ଏଜେଣ୍ଟ କୋଡେକ୍ସ ଲଞ୍ଚ କରିଛି, ଯାହାକୁ ଏବେ ଚାଟ ଜିପିଟିରେ ସାମିଲ କରାଯାଇଛି। ଏହା ଏକ କ୍ଲାଉଡ ବେସଡ୍ ସଫ୍ଚଟୱେର ଇଞ୍ଜିନିୟରିଂ ଟୁଲ, ଯାହାକୁ ଖାସ କରି ପ୍ରୋଗ୍ରାମିଂ ସମ୍ପର୍କିତ କାମ ପାଇଁ ଡିଜାଇନ କରାଯାଇଛି। କୋଡେକ୍ସ କାମ ଠିକ ଏକ ମଣିଷ ପରି ସଫ୍ଟୱେର ଡେଭଲପମେଣ୍ଟରେ ସହାୟତା କରିବା। ଏହା କୋଡ ଲେଖି ପାରିବ, ବଗ୍ (ତ୍ରୁଟି) ସୁଧାରି ପାରିବ ଓ ୟୁଜରକୁ କୋଡବେସ୍ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ପାରିବ। 

ଓପନ ଏଆଇ ଅନୁସାରେ ଏହି ଏଜେଣ୍ଟ ଏକ ସଙ୍ଗରେ ଅନେକ ଟାସ୍କ କରିପାରିବ ଓ ପ୍ରତ୍ୟେକ କାମକୁ ଏକ ଅଲଗା ସୁରକ୍ଷିତ ସ୍ୟାଣ୍ଡବକ୍ସଡ   ୱାର୍କସ୍ପେସରେ କରୁଛି। କୋଡେକ୍ସ ଓପନ ଏଆଇର ‘୦୩’ ରିଜନିଂ ମଡେଲ ଆଧାରିତ, ଯାହାକୁ ଖାସ କରି ସଫ୍ଟୱେର ଇଞ୍ଜିନିୟରିଂ ପାଇଁ ଡିଜାଇନ କରାଯାଇଛି। ଏହି ମଡେଲ ମେସିନ ଲର୍ଣ୍ଣିଂ ଓ ରିୟଲଟାଇମ ଅଭିଜ୍ଞତାରୁ ଶିଖା ଯାଇଛି, ଏଣୁ ଏହା ମଣିଷ ଭଳି କୋଡିଂ କରିପାରୁଛି। କୋଡେକ୍ସ ଦିଆଯାଇଥିବା ନିର୍ଦ୍ଦେଶକୁ ସଠିକ ରୂପେ ପାଳନ କରେ ଓ ସେ ପର୍ଯ୍ୟନ୍ତ ପ୍ରୟୋଗ ଚଳାଇଥାଏ ଯେଉଁ ପର୍ଯ୍ୟନ୍ତ ସଠିକ ପରିଣାମ ନ ଆସିଯାଏ। 

ସବୁ ଟାସ୍କ ସହିତ ଏହା ନା କେବଳ କୋଡ ଲେଖେ ବରଂ ଟେଷ୍ଟ, ଲିଣ୍ଟିଂ ଓ ଟାଇପ୍ ଚେକିଂ ଭଳି ଡେଭଲପମେଣ୍ଟ ଷ୍ଟେପ୍ସ ମଧ୍ୟ ନିଜେ କରିଥାଏ। କୋଡେକ୍ସ ବର୍ତ୍ତମାନ ଲାଗି ଚାଟଜିପିଟିର ପିଆରଓ, ଏଣ୍ଟରପ୍ରାଇଜ ଓ ଟିମ୍ ପ୍ଲାନ ୟୁଜର୍ସଙ୍କ ନିମନ୍ତେ ଉପଲବ୍ଧ ଅଛି। ଏହି ସୁବିଧା ଧିରେ ଧିରେ ବାକି ୟୁଜରଙ୍କୁ ମଧ୍ୟ ମିଳିବ। ଯେଉଁଥିରେ ପ୍ଲସ୍ ଓ ଏଡୁ ପ୍ଲାନ ମଧ୍ୟ ସାମିଲ ରହିବ । କୋଡେକ୍ସର ବ୍ୟବହାର କରିବା ବହୁତ ସହଜ, ଚାଟ ଜିପିଟି ସାଇଡବାରକୁ ଯାଇ କୋଡରେ କ୍ଲିକ୍ କରି ନୂଆ ପ୍ରୋଗ୍ରାମିଂ ଟାସ୍କ ଦିଆଯାଇପାରେ। ସେହପରି କୋଡ ବେସ୍ ସମ୍ପର୍କିତ କୌଣସି ପ୍ରଶ୍ନ ଥିଲେ ‘ଆସ୍କ ’ ଅପସନକୁ ବାଛି ପାରିବେ। କୋଡେକ୍ସ ଆପଣଙ୍କ ପ୍ରୋଜେକ୍ଟ ଫାଇଲ ପଢିପାରେ, ପରିବର୍ତ୍ତନ କରିପାରେ ଓ ଲାଇଭରେ ସେ କଣ କରୁଛି ଦେଖାଇ ମଧ୍ୟ ପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.