ଲୋକସଭାରେ ଅନଲାଇନ୍ ଗେମିଂ ବିଲ୍ ଆଗତ, ଆଇନ ଭାଙ୍ଗିଲେ ହୋଇପାରେ ୩ ବର୍ଷ ଜେଲଦଣ୍ଡ

Published By : Prameya-News7 Bureau | August 20, 2025 IST

ନୂଆଦିଲ୍ଲୀ ୨୦/୦୮: ସଂସଦରେ ଅନଲାଇନ୍ ଗେମିଂ ପ୍ରମୋସନ୍ ଓ ନିୟାମକ ବିଲ୍, ୨୦୨୫ ଉପସ୍ଥାପିତ ହୋଇଛି । ସଂସଦର ଚଳିତ ମୌସୁମୀ ଅଧିବେଶନର ୨୦ତମ ଦିନରେ, ବିହାର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ଉଭୟ ଗୃହରେ ଅଚଳାବସ୍ଥା ଜାରି ରହିଥିଲା । ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କାର୍ଯ୍ୟକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଏବଂ ପରେ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ପଡିଲା। 

ଲୋକସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ, ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅନଲାଇନ୍ ଗେମିଂର ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ସମ୍ପର୍କିତ ବିଲ୍ ଆଗତ କରିଥିଲେ । ଏହି ସମୟରେ, ଆନ୍ଦୋଳନକାରୀ ବିରୋଧୀ ସଦସ୍ୟମାନେ ତାଙ୍କ ସମ୍ମୁଖରେ ପ୍ଲା କାର୍ଡ ଦେଖାଇଥିଲେ । ଲୋକସଭା କାର୍ଯ୍ୟ ସ୍ଥଗିତ ରଖିବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସ୍ଲୋଗାନ ଦେଉଥିବା ବିରୋଧୀ ଦଳ ଉପରେ ପାଲଟା ଆଟାକ୍ କରିଥିଲେ । 

ରିଜିଜୁ କହିଥିଲେ ଯେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ସେମାନେ ଏପରି ସ୍ଲୋଗାନ ଦେଇ ଚାଲିଛନ୍ତି । ସେ କହିଛନ୍ତି ଯେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସମ୍ମାନ ଜଣାଇବା ପାଇଁ, ତିନି ଦିନ ପାଇଁ ଆଲୋଚନା ପାଇଁ ତାଲିକାରେ କାର୍ଯ୍ୟ ସ୍ଥିର କରାଯାଇଛି।


ମଙ୍ଗଳବାର କ୍ୟାବିନେଟ୍ ଏହି ବିଲ୍ କୁ ମଞ୍ଜୁରୀ ଦେଇଥିଲା । ଯାହା ଆର୍ଥିକ ଉପାଦାନ ସହିତ ଅନଲାଇନ୍ ଖେଳ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇବ। କ୍ୟାବିନେଟ୍ କହିଛି ଯେ ଏପରି ଖେଳ ପିଲା ଏବଂ ଯୁବକମାନଙ୍କ ମଧ୍ୟରେ ନିଶାକୁ ପ୍ରୋତ୍ସାହିତ କରିବା ସହ ଆତ୍ମହତ୍ୟାକୁ ପ୍ରୋତ୍ସାହିତ କରୁଛି । ବିଶେଷ କଥା ହେଉଛି ଯେଉଁମାନେ ଅନଲାଇନ୍ ମନି ଖେଳ ସେବା ପ୍ରଦାନ କରନ୍ତି ସେମାନଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ କିମ୍ବା ୧ କୋଟି ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.