ନୂଆଦିଲ୍ଲୀ: ବନ୍ଦ ହୋଇପାରେ ଡ୍ରିମ୍-୧୧, ରମୀ ପୋକର ଭଳି ଅନଲାଇନ୍ ଫାଣ୍ଟାସୀ ଗେମ୍। ଏନେଇ କେନ୍ଦ୍ର ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି। ବୁଧବାର ଲୋକସଭାରେ ପ୍ରମୋସନ ଆଣ୍ଡ୍ ରେଗୁଲେସନ ଅଫ୍ ଅନ୍ଲାଇନ୍ ଗେମିଂ ବିଲ୍ ୨୦୨୫ ପାସ୍ ହୋଇଛି। ଏହି ବିଲ୍ ଅନଲାଇନ୍ ଗେମିଂକୁ ନିୟନ୍ତ୍ରଣ କରିବା ସହ ରିୟଲ- ମନୀ ଗେମ୍ସ ଉପରେ ରୋକ୍ ଲଗାଇବ।
(ଭିଓ) ଅନ୍ଲାଇନ ଗେମ୍ ମାଧ୍ୟମରେ ଟଙ୍କା କମାଇବା ହେବ ଅପରାଧ। ବନ୍ଦ ହେବ ବଡ଼ ବଡ଼ ଅନଲାଇନ ଗେମିଂ ଆପ୍। ଏନେଇ କେନ୍ଦ୍ର ସରକାର ଖୁବ୍ଶୀଘ୍ର ଏକ ଆଇନ ଆଣିବାକୁ ଯାଉଛନ୍ତି। ବୁଧବାର ଲୋକସଭାରେ ପ୍ରମୋସନ ଆଣ୍ଡ୍ ରେଗୁଲେସନ ଅଫ୍ ଅନ୍ଲାଇନ୍ ଗେମିଂ ବିଲ୍ ୨୦୨୫ ପାସ୍ ହୋଇଛି। ବିଲ୍ ଆଇନରେ ପରିଣତ ହେଲେ ଟଙ୍କା ଅଫର କରୁଥିବା ଗେମ୍, ଏହାକୁ ଚଲାଇବା ଓ ପ୍ରଚାର କରିବା ବେଆଇନ ହେବ।
ଅବଶ୍ୟ ଟଙ୍କା ଅଫର କରୁନଥିବା ସାଧାରଣ ଅନଲାଇନ ଗେମ୍ ଖେଳିଲେ ଲୋକଙ୍କ ପାଇଁ କୌଣସି ଦଣ୍ଡ ହେବ ନାହିଁ। ଯଦି କେହି ଏଭଳି ରିୟଲ-ମନି ଗେମ୍ ଖେଳ ଅଫର୍ କରୁଛନ୍ତି କିମ୍ପା କିମ୍ବା ପ୍ରଚାର କରୁଛନ୍ତି, ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଏହାର ବିଜ୍ଞାପନକାରୀଙ୍କୁ ମଧ୍ୟ ୨ ବର୍ଷ ଜେଲ୍ ଏବଂ ୫୦ଲକ୍ଷ ଟଙ୍କା ଜରିମାନା ହେବ।
() ଗେମିଂ ଇଣ୍ଡଷ୍ଟ୍ରିକୁ ନିୟନ୍ତ୍ରଣ କରିବା, ଗେମ୍କୁ ରେଜିଷ୍ଟର କରିବା ଏବଂ କେଉଁ ଗେମଗୁଡ଼ିକ ରିୟଲ- ମନୀରେ କାମ କରୁଛି ତାହା ନିର୍ଣ୍ଣୟ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରାଧିକରଣ ଗଠନ ହେବ।
ଟଙ୍କା ଅଫର କରୁଥିବା ଗେମ୍ ବନ୍ଦ କରିବାର କାରଣ ହେଲା ଏହା ଲୋକଙ୍କୁ ଲୋଭରେ ପକାଇ ଚାପ ସୃଷ୍ଟି କରୁଛି। ଆତ୍ମହତ୍ୟା ବି କରୁଛନ୍ତି। ଏହି ଆପଗୁଡ଼ିକ ବର୍ତ୍ତମାନ ଜାତୀୟ ସୁରକ୍ଷାର ବିଷୟ ପାଲଟିଛି ବୋଲି ସରକାର କହିଛନ୍ତି।
ଭାରତରେ ଅନଲାଇନ୍ ଗେମିଂ ମାର୍କେଟର ଭାଲ୍ୟୁ ବର୍ତ୍ତମାନ ପ୍ରାୟ ୩୨ ହଜାର କୋଟି ଟଙ୍କା ରହିଛି। ୨୦୨୯ ସୁଦ୍ଧା ଏହା ପ୍ରାୟ ୮୦ ହଜାର କୋଟି ଟଙ୍କାରେ ପହଞ୍ଚିବା ନେଇ ଆଶା କରାଯାଉଥିଲା। ହେଲେ ବିଲ୍ ପାସ୍ ହେଲେ ପ୍ରାୟ ୪୦୦ କମ୍ପାନୀ ବନ୍ଦ ହୋଇପାରେ। ଏହା ସହିତ ୨ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇବାର ଆଶଙ୍କା ରହିଛି। ଆଉ ୨୦ରୁ ୨୫ ହଜାର କୋଟି ଟଙ୍କାର ଟିକସ ହରାଇବାର ସମ୍ଭାବନା ଅଛି। ଏହି ଆଇନ ଡ୍ରିମ ୧୧, ଗେମ୨୪x୭, ୱିଞ୍ଜୋ, ଗେମସ୍କ୍ରାଫ୍ଟ ଭଳି ବଡ଼ କମ୍ପାନୀଗୁଡ଼ିକୁ ସମସ୍ୟାରେ ପକାଇପାରେ।
ସେପଟେ ଅଲ୍ ଇଣ୍ଡିଆ ଗେମିଂ ଫେଡେରେସନ (AIGF), ଇ-ଗେମିଂ ଫେଡେରେସନ (EGF), ଏବଂ ଫେଡେରେସନ ଅଫ୍ ଇଣ୍ଡିଆନ୍ ଫ୍ୟାଣ୍ଟାସି ସ୍ପୋର୍ଟସ୍ (FIFS) ଏହି ବିଲ୍ ବିରୋଧରେ ଅଛନ୍ତି। ଆଉ ଏହାକୁ ନେଇ ସେମାନେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖି ଏହାକୁ ବ୍ୟାନ କରିବା ବଦଳରେ ‘‘ପ୍ରୋଗ୍ରେସିଭ୍ ରେଗୁଲେସନ’’ ଦ୍ୱାରା ବଦଳାଯାଉ ବୋଲି ଅନୁରୋଧ କରିଛନ୍ତି।