କଟକ ନୂଆବଜାରରେ ଫୁଟିଲା ଗୁଳି, ପୂର୍ବଶତ୍ରୁତାରୁ ଯୁବକଙ୍କୁ ଗୁଳିମାରିଲେ ଦୁର୍ବୃତ୍ତ

Published By : Prameya-News7 Bureau | August 05, 2025 IST

କଟକ ୦୫।୦୮ : ପାର୍ବଣ ପୂର୍ବରୁ କଟକରେ ଗୁଳିକାଣ୍ଡ । କଟକ ନୂଆବଜାର ପୋଲ ଉପରେ ଜଣେ ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଯେଉଁଥିରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ କୁମାର ତରାଇ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ସଞ୍ଜୟ କୁମାର ତରାଇ ବିଳମ୍ବିତ ରାତିରେ ନୂଆବଜାର ପ୍ଲାଏ ଓଭରବ୍ରିଜ୍ ଉପରେ ଜଣେ ବନ୍ଧୁଙ୍କ ସହିତ ସାଇକେଲରେ ଘରକୁ ଫେରୁଥିଲେ । ଏହି ସମୟରେ କେତେ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅକଟାଇଥିଲେ ।  ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।ପରେ ଦୁର୍ବୃତ୍ତମାନେ ତାଙ୍କ ଗୋଡ଼କୁ ଗୁଳିମାଡ଼ କରିଥିଲେ । ତେବେ ବର୍ତ୍ତମାନ ଯାଏଁ ଗୁଳିମାଡ଼ର କାରଣ ଜଣାପଡିନଥିବା ବେଳେ ପୂର୍ବଶତ୍ରୁତାକୁ ନେଇ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି କି ଗୁଳିମାଡ଼ର ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଘଟଣା ସଂପର୍କରେ ଅବଗତ ନଥିଲେ । ଆଉ ଏବେ ବିଳମ୍ବରେ ପୋଲିସ ଖବର ପାଇ ଛାନ୍‌ଭିନ୍ ଆରମ୍ଭ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.