ରାତିରେ ଶୋଇଥିବା ବେଳେ ମାଡ଼ିଗଲା ଟ୍ୟାଙ୍କର : ଜଣେ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | August 03, 2025 IST

ରାୟଗଡ଼ା ୦୩।୦୮ :  ଦୋକାନ ଘରେ ଚଢ଼ିଗଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର। ରାତିରେ ଶୋଇଥିବା ବେଳେ ମାଡ଼ିଗଲା ଟ୍ୟାଙ୍କର। ରାୟଗଡା ଜିଲ୍ଲା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ଗୁମ୍ମା ଗାଁରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଖବର ଅନୁଯାୟୀ, ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଦୋକାନ ଉପରେ ମାଡିଯାଇଥିଲା। ଫଳରେ ଜଣେ ମହିଳାଙ୍କ ସମେତ ତାଙ୍କ ସ୍ବାମୀ ଓ ଡ୍ରାଇଭର ଚାପି ହୋଇଯାଇଥିଲେ। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଯାଏଁ ମୃତଦେହ ଟ୍ରକ୍ ତଳେ ଚାପି ହୋଇରହିଛି। ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁଇ ଗୁରୁତରଙ୍କ ମୁଣ୍ଡରେ ଓ ଗୋଡରେ ଗଭୀର ଆଘାତ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.