ବୌଦ୍ଧ ୧୪।୦୬ : ଜଗନ୍ନାଥ ଦର୍ଶନ ସାଜିଲା ଶେଷ ଦର୍ଶନ । ଆଉ ଘରକୁ ଫେରିଲେନି । ଅଧାରାସ୍ତାରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ଏହାସହ ୭ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, କିଛି ଯାତ୍ରୀ ବରଗଡ଼ରୁ ପୁରୀ ବୁଲିବାକୁ ଯାଇଥିଲେ । ପୁରୀରେ ଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିଲେ । ହେଲେ କିଏ ଜାଣିଥିଲା ଜଗା ଦର୍ଶନ ହିଁ ତାଙ୍କ ଜୀବନରେ ଶେଷ ଦର୍ଶନ ସାଜିବ ।ବୌଦ୍ଧ ୫୭ ନମ୍ବର ଜାତୀୟ ରାଜପଥ ଖଜୁରୀପଡ଼ା ନିକଟରେ ଏକ ଟ୍ରକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ବୋଲେରୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଯାତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି ।ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।