କରଞ୍ଜିଆ: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିବାବେଳେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ଉଠିଛି। ଏସବୁ ଭିତରେ କରଞ୍ଜିଆରୁ ଆସିଛି ପୁଣି ଏଭଳି ଏକ ଲଜ୍ଜାଜନକ ଘଟଣା। କରଞ୍ଜିଆ ଥାନା ମଲାରପଦା ଗାଆଁରେ ଜଣ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଯୁବତୀ ଜଣକ ବିଶୋଇ ଥାନା ଅଞ୍ଚଳ ନୂଆଗାଁର। ସେ ତାଙ୍କ ମାମୁ ଘର ମଲାରପଦା ଗାଆଁରେ ରହି ଆସୁଥିଲେ। ହେଲା ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ମନ୍ଦିରରୁ ଫେରି ଚାଲି ଚାଲି ଘରକୁ ଫେରିବା ସମୟରେ ଏକ ବାଇକରେ ଆସି ତାଙ୍କୁ ଅପହରଣ କରିନେଇଥିଲେ ୩ ଦୁର୍ବୃତ୍ତ।
ଆଉ ଅପହରଣ ପରେ କରିଥିଲେ ଗଣଦୁଷ୍କର୍ମ। ଏନେଇ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରି ମୁଖ୍ୟ ଅଭିଯୁକ୍ତ ବିକାଶ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହ ଫେରାର ଥିବା ୨ ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି।