ମୁନିଗୁଡା ୧୩।୮: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସ୍ୱାସ୍ଥ୍ୟ କର୍ମୀ । ରାୟଗଡା ଜିଲ୍ଲା ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତ ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ଦ୍ବାରା ଗିରଫ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଦୁର୍ଗାପଙ୍ଗାର ଜଣଙ୍କ ଠାରୁ ଜନ୍ମ ପ୍ରମାଣପତ୍ର ସଂଶୋଧନ ପାଇଁ ୩୦୦୦ ଟଙ୍କା ନେବାବେଳେ ଭିଜିଲାନ୍ସ ଦ୍ୱାରା ସେ ଗିରଫ ହୋଇଛନ୍ତି । କୁଞ୍ଜବିହାରୀ ରାଉତ ଉକ୍ତ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଦାବିକରି ପ୍ରଥମ ଦଫାରେ ୩ ହଜାର ନେଇ ସାରିଥିବା ବେଳେ ଆଜି ବାକି ୩ ହଜାର ଟଙ୍କା ନେଉଥିଲେ । ଟଙ୍କା ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଟଙ୍କା ସହ କୁଞ୍ଜବିହାରୀ ରାଉତଙ୍କୁ ଗିରଫ କରିଛି ।
You Can Read:
ଅମଲା ସଙ୍ଘକୁ ଚେତାବନୀ : ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକୀୟ ପଦକ୍ଷେପ ନେବେ ସରକାର