ଭୁବନେଶ୍ବର: ଗଠନ ହେଲା ଓଡ଼ିଶା ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି। କମିଟିରେ ସୁଜିତ ପାଢ଼ୀଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିବାବେଳେ ଯାକବ ପ୍ରଧାନ ଆବାହକ, ସଂଯୁକ୍ତା ମହାନ୍ତି, କିଷାନ ପଣ୍ଡା, ସୁରଥ ମହାକୁଡ଼ ପ୍ରମୁଖ ଏହାର ସଦସ୍ୟ ରହିଛନ୍ତି।
ସୂଚନାଯୋଗ୍ୟ, ଗତ ମାସରେ କଂଗ୍ରେସର ନବକଳେବର ଦେଖିବାକୁ ମିଳିଥିଲା। କୋଷାଧ୍ୟକ୍ଷ, ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକଙ୍କ ନାଁ ଘୋଷଣା ହୋଇଥିଲା। ଭକ୍ତଙ୍କ ନୂଆ ଟିମ ପାଇଁ ୭ ଜଣ ଉପସଭାପତି, ୧୦ ଜଣ ସଧାରଣ ସମ୍ପାଦକ, ୧୨ ଜଣ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଥିଲା।
ଆହୁରି ମଧ୍ୟ ୧୪ ବିଧାୟକ ଭିତରୁ ୧୦ଜଣଙ୍କୁ ଭକ୍ତ ତାଙ୍କ ନିଜ ଟିମରେ ରଖିଥିବା ବେଳେ ତାଙ୍କ ପୁଅ ତଥା ବିଧାୟକ ସାଗର ଦାସ, ଏକ ମାତ୍ର ମହିଳା ବିଧାୟିକା ସୋଫିଆ ଫିର୍ଦ୍ଦୋଶ ଏବଂ ଦାସରଥୀ ଗମାଙ୍ଗ ଭକ୍ତଙ୍କ ନୂଆ ଟିମରୁ ବାଦ ପଡିଛନ୍ତି । ନୂଆ ଟିମକୁ ନେଇ ଦଳର କିଛି ପରୁଖା ନେତାଙ୍କ ଭିତରେ ଅସନ୍ତୋଷର ଦାନା ବାନ୍ଧିଛି । ଭକ୍ତଙ୍କ ଟିମରେ ସ୍ଥାନ ପାଇନାହାନ୍ତି ବିଧାୟକ। ଏମିତିକି ନିଜ ପୁଅ ତଥା ବିଧାୟକ ସାଗର ଦାସଙ୍କୁ ମଧ୍ୟ ଟିମକୁ ଦୂରେଇ ରଖିଛନ୍ତି ଭକ୍ତ ଦାସ ।