ଝାରସୁଗୁଡ଼ାରେ ୨ଟି ନୂଆ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, କମ୍ ଖର୍ଚ୍ଚରେ ହୋଇପାରିବ ସମସ୍ତ ପ୍ରକାର ପରୀକ୍ଷା

Published By : Prameya-News7 Bureau | August 25, 2023 IST

ଝାରସୁଗୁଡ଼ା: ଝାରସୁଗୁଡା ଅମଲିପାଲି ଏବଂ ଲଇକେରାରେ ଖୋଲିଲା ଦୁଇଟି ଡଇଗ୍ନୋଷ୍ଟିକ ସେଣ୍ଟର। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ବେଦାନ୍ତ ପକ୍ଷରୁ ପ୍ରାୟ ୪୦ କୋଟି ଟଙ୍କା ବିନିମୟରେ ଏହି ଡାଇଗ୍ନୋଷ୍ଟିକ ସେଣ୍ଟର ନିର୍ମାଣ କରାଯାଇଛି l ଏହି ଅତ୍ୟାଧୁନିକ ଡାଇଗୋନେଷ୍ଟିକ ସେଣ୍ଟରରେ ସ୍ୱଳ୍ପ ଖର୍ଚ୍ଚରେ ଲୋକେ ସମସ୍ତ ପ୍ରକାର ପେଥୋଲୋଜି, ରେଡିଓଲୋଜି ପରିକ୍ଷଣ ସୁବିଧା, ଏମଆରଆଇ, ସିଟି ସ୍କାନ, ଅଲଟ୍ରାସାଉଣ୍ଡ, ପରି ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ।

ଝାରସୁଗୁଡା ତଥା ସାମଗ୍ର ପଶ୍ଚିମ ଓଡିଶାବାସୀ ଏହି ଚିକିତ୍ସାସେବାର ଲାଭ ନେଇପାରିବେ। ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଡାଇଗୋନେଷ୍ଟିକ ସେଣ୍ଟରର ଶିଳାନ୍ୟସ କରିଥିବାବେଳେ ଆଜି ଏହାରର ଉଦଘାଟନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ରାଜ୍ୟରେ ପ୍ରାଥମିକତା ଦିଆଯାଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ଚିକିତ୍ସା ସେବା ପ୍ରଦାନ କରାଯାଉଥିବାବେଳେ ସରକାରୀ ହସ୍ପିଟାଲରେ ମଧ୍ୟ ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପଢ଼ନ୍ତୁ-ସେପ୍ଟେମ୍ୱର ଯାଏଁ ରହିବ ରାଜ୍ୟରେ ଡେଙ୍ଗୁର ‘ପିକ୍ ପିରିୟଡ’, ସତର୍କ କରାଇଲେ ବିଶେଷଜ୍ଞ

ଝାରସୁଗୁଡାର ଏହି ଡାଇଗୋନେଷ୍ଟିକ ସେଣ୍ଟରରେ ମଧ୍ୟ ସ୍ୱଳ୍ପ ଖର୍ଚ୍ଚରେ ସ୍ୱାସ୍ଥ୍ୟ ପରୀକ୍ଷା ହେବ l ଯାହାଦ୍ୱାରା ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l ସେହିପରି ଏହି ଡାଇଗୋନେଷ୍ଟିକ ସେଣ୍ଟରକୁ ଉଦଘାଟନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଝାରସୁଗୁଡା ବିଧାୟିକା ଦୀପାଳି ଦାସ ଧନ୍ୟବାଦ ଦେଇଛନ୍ତି। ଆଗାମି ଦିନରେ ଆହୁରି ସ୍ୱଳ୍ପ ଖର୍ଚ୍ଚରେ ଏବଂ ଅଧିକ ଚିକିତ୍ସା ସୁବିଧା କିପରି ଉପଲବ୍ଧ କରି ହେବ ସେଦିଗରେ ପଦକ୍ଷେପ ନିଆଯିବ ବୋଲି ଦୀପାଳି ଦାସ କହିଛନ୍ତି।

ଲୋକଙ୍କ ଚିକିତ୍ସାର ଆବଶ୍ୟକତାକୁ ଦେଖି ଏହି ଡାଇଗୋନେଷ୍ଟିକ ସେଣ୍ଟର ବେଦାନ୍ତ ପକ୍ଷରୁ ନିର୍ମାଣ କରାଯାଇଥିବାବେଳେ ସମସ୍ତ ପ୍ରକାର ପେଥୋଲୋଜି ଓ ରେଡିଓଲୋଜି ପରୀକ୍ଷା ୨୪ ଘଣ୍ଟା ଉପଲବ୍ଧ ରହିବ ବୋଲି ବେଦାନ୍ତ ସିଇଓ ସୁନୀଲ ଗୁପ୍ତା କହିଛନ୍ତି l

ପଢ଼ନ୍ତୁ-୫ ପୂର୍ବାଞ୍ଚଳ ରାଜ୍ୟର ପ୍ରାଣୀପାଳନ ଏବଂ ଦୁଗ୍ଧ ଉତ୍ପାଦନ ସମ୍ବନ୍ଧୀୟ ଆଞ୍ଚଳିକ ସମୀକ୍ଷା ବୈଠକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.