ସେପ୍ଟେମ୍ୱର ଯାଏଁ ରହିବ ରାଜ୍ୟରେ ଡେଙ୍ଗୁର 'ପିକ୍ ପିରିୟଡ', ସତର୍କ କରାଇଲେ ବିଶେଷଜ୍ଞ

Published By : Prameya-News7 Bureau | August 25, 2023 IST

ଭୁବନେଶ୍ୱର ୨୫/୦୮: ୩୦ ଜିଲ୍ଲାକୁ ଛୁଇଁଲା ଡେଙ୍ଗୁ। ଗତବର୍ଷ ତୁଳନାରେ ବର୍ତ୍ତମାନ ପିକ୍ ପିରିୟଡ଼ ଚାଲିଛି। ସେପ୍ଟେମ୍ବର ଯାଏ ପିକ ପିରିୟଡ଼ ଚାଲିବ। ଏନେଇ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । କ୍ୟାପିଟାଲ ହସପିଟାଲରେ ଡେଙ୍ଗୁ ପରୀକ୍ଷା ପାଇଁ ଭିଡ ହେଉଥିବାରୁ ଅନ୍ୟ ଜାଗାରେ ଡେଙ୍ଗୁ ପରୀକ୍ଷା ଆରମ୍ଭ ହେବ ।

wp:html /wp:html

ଭୁବନେଶ୍ବରରେ ଅର୍ବାନ CHC ଗୁଡ଼ିକରେ ବ୍ୟବସ୍ଥା ହୋଇଛି। ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଡେଙ୍ଗୁ ଟେଷ୍ଟ ଆରମ୍ଭ ହେବ । କ୍ୟାପିଟାଲ ହସ୍ପିଟାଲ, ଆର ଏମ୍ ଆର ସି, ନୟାପଲ୍ଲୀରେ ଟେଷ୍ଟ କରାଯିବ। ଡେଙ୍ଗୁ ଚିହ୍ନଟ ହେବା ପରେ ଚିକିତ୍ସିତ ହୋଇପାରିବେ। ଡେଙ୍ଗୁ ୪ ପ୍ରକାରର ରହିଛି। ବର୍ତ୍ତମାନ ଡେଙ୍ଗୁ ଟାଇପ୍ ୨ ଚାଲିଛି। ଲୋକ ଆତଙ୍କିତ ହୁଅନ୍ତୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.