ଦୁଇ ଦିନର ବିରତି ପରେ ଅଧିବେଶନ, ବିଭିନ୍ନ ପ୍ରସଙ୍ଗ ନେଇ ସରଗରମ ରହିପାରେ ବିଧାନସଭା

Published By : Prameya-News7 Bureau | March 24, 2025 IST

ଭୁବନେଶ୍ୱର ୨୪।୦୩ : ବିଧାନସଭା ବଜେଟ୍‌ ଅଧିବେଶନ । ଦୁଇ ଦିନର ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା । ସୋମବାର ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ୍‌ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି । 

ସେହିପରି ଶୁନ୍ୟକାଳରେ ରାଜ୍ୟରେ ସୀମା ପୂର୍ଣ୍ଣ ନିର୍ଦ୍ଧାରଣ , ବିପର୍ଜସ୍ତ୍ୟ ଆଇନ୍‌ ଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା, ମହାନଦୀ ପରି ପ୍ରସଙ୍ଗକୁ ନେଇ ଗୃହରେ ହୋଇପାରେ ଘମାଘୋଟ ଆଲୋଚନା । ବାକି ଶାସକ ଦଳ ମଧ୍ୟ ବହୁ ପ୍ରସଙ୍ଗ ଉଠାଇପାରେ । ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ । ଖଣି ଇସ୍ପାତ ଓ ପରିବହନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ମଧ୍ୟ ରହିଛି । ତେବେ କଂଗ୍ରେସ ପ୍ରଶ୍ନକାଳକୁ ବୟକଟ କରିବ ନା ପ୍ରତିବାଦ ଜାରି ରଖିବ । ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି । 

  • odisha
  • OdishaNews
  • Odisha Assembly
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.