ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ଚିପ୍ ନିର୍ମାତା କମ୍ପାନୀ ଏନଭଡିଓ (Nvidia) ପୁଣି ଥରେ ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀ ହୋଇଛି। ଜୁନ୍ ୩ ତାରିଖରେ କମ୍ପାନୀର ଷ୍ଟକ୍ ୨.୮୦% ବୃଦ୍ଧି ପାଇବା ପରେ ଏହାର ମାର୍କେଟ୍ କ୍ୟାପ୍ $୨.୪୫ ଟ୍ରିଲିୟନ (ପ୍ରାୟ ୨୯୬ ଲକ୍ଷ କୋଟି ଟଙ୍କା) ହୋଇଯାଇଛି। କମ୍ପାନୀଟି ମାଇକ୍ରୋସଫ୍ଟକୁ ପଛରେ ପକାଇ ଏହି ମାଇଲଖୁଣ୍ଟ ହାସଲ କରିଛି। ମାଇକ୍ରୋସଫ୍ଟର ବଜାର ମୂଲ୍ୟ ୩.୪୪ ଟ୍ରିଲିୟନ ଡଲାର (ପ୍ରାୟ ୨୯୫ ଲକ୍ଷ କୋଟି ଟଙ୍କା) ହୋଇଛି। ସେହିପରି ମଝିରେ ଏହି ଦୁଇ କମ୍ପାନୀଙ୍କୁ ଟକ୍କର ଦେଉଥିବା ଆଇଫୋନ ନିର୍ମାତା ଆପଲର ବଜାର ମୂଲ୍ୟ ୩.୦୪ ଟ୍ରିଲିୟନ ଡଲାର (ପ୍ରାୟ ୨୬୧ ଲକ୍ଷ କୋଟି ଟଙ୍କା) ଅତିକ୍ରମ କରିଛି।
ବିଶ୍ୱର ସବୁଠାରୁ ମୂଲ୍ୟବାନ ସେମିକଣ୍ଡକ୍ଟର କମ୍ପାନୀ ଏନ୍ଭିଡିଆର ଭାରତରେ ଚାରୋଟି ଇଞ୍ଜିନିୟରିଂ ଡେଭଲପମେଣ୍ଟ ସେଣ୍ଟର ରହିଛି।ଏଗୁଡ଼ିକ ହାଇଦ୍ରାବାଦ, ପୁଣେ, ଗୁରୁଗ୍ରାମ ଏବଂ ବେଙ୍ଗାଲୁରୁରେ ରହିଛି। ଏନଭିଡିଓ ଏହାର ଏଆଇ ଆକ୍ସିଲେଟରକୁ ଅପଗ୍ରେଡ୍ କରିଛି। କମ୍ପାନୀ ବର୍ତ୍ତମାନ ଚିପ୍ ତିଆରି କ୍ଷେତ୍ରରେ ନୂଆ ନୂଆ ଏକ୍ସପେରିମେଣ୍ଟ କରୁଛି।
ଏନ୍ଭିଡିଆ, ଏକ ଟେକ୍ନୋଲୋଜୀ କମ୍ପାନୀ, ଯାହା ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ (GPU) ଡିଜାଇନ୍ ଏବଂ ମ୍ୟାନୁଫେକ୍ଚରିଂ କରିଥାଏ। ଏହା ୧୯୯୩ ମସିହାରେ ଜେନସେନ୍ ହୁଆଙ୍ଗ, କର୍ଟିସ୍ ପ୍ରିମ୍ ଏବଂ କ୍ରିସ୍ ମାଲାଚୋସ୍କିଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଏହି କମ୍ପାନୀର ମୁଖ୍ୟାଳୟ କାଲିଫର୍ନିଆର ସାଣ୍ଟା କ୍ଲାରାରେ ରହିଛି।
ଏନଭିଡିଆ ଗେମିଂ, କ୍ରିପ୍ଟୋକରେନ୍ସି ମାଇନିଂ ଏବଂ ପ୍ରଫେସନାଲ ଆପ୍ଲିକେସନ ପାଇଁ ଚିପ୍ସ ଡିଜାଇନ୍ ଏବଂ ମ୍ୟାନୁଫେକ୍ଚରିଂ କରୁଛି। ଏଥିସହିତ ଯାନବାହାନ, ରୋବୋଟିକ୍ସ ଏବଂ ଅନ୍ୟାନ୍ୟ ଉପକରଣରେ ମଧ୍ୟ ଏହାର ଚିପ୍ ସିଷ୍ଟମଗୁଡ଼ିକ ବ୍ୟବହୃତ ହୋଇଥାଏ।