ଭୁବନେଶ୍ବର ୧।୬: ରାଜ୍ୟରେ ୧୨ରେ ପହଞ୍ଚିଲା କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା । ରବିବାର ୩ ନୂଆ ମାମଲା ବାହାରିଛି । ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । କୋଭିଡ୍ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଖବର ନାହିଁ । ଫିଲ୍ଡ ଅଧିକାରୀଙ୍କ ନିକଟରେ ବି ଖବର ନାହିଁ । ଅନୁସନ୍ଧାନ ଜାରି ରହିଛି । ଯାହା ସୂଚନା ମିଳିଛି, ଗଣମାଧ୍ୟମରୁ ମିଳିଛି । କୋଭିଡ୍ର ନୂଆ ଗାଇଡଲାଇନ ଆସିନି । ପୁରୁଣା ଗାଇଡଲାଇନ ତ ପରିବର୍ତ୍ତନ ହୋଇଥିଲା । ସେହି ନିର୍ଦ୍ଦେଶ ଅନୁସାରେ, ସବୁ ଘରୋଇ ଓ ସରକାରୀ ହସ୍ପିଟାଲ ନୂଆ ରୋଗ କି ରୋଗୀ ନେଇ IDSP ସେଲ୍କୁ ଜଣାଇବେ । ଏହି ସେଲ୍ ଡାଟା ସଂଗ୍ରହ କରି ସରକାରଙ୍କୁ ଅବଗତ କରେ । ନହେଲେ ଏହିପରି ମୃତ୍ୟୁ ଖବର ଏଯାଏଁ ସ୍ପଷ୍ଟ ହୋଇପାରିବ ନାହିଁ । ସତର୍କ ରୁହନ୍ତୁ, ଆତଙ୍କିତ ହୁଅନ୍ତୁ ନାହିଁ ।
You Can Read:
ନିର୍ବାଚନୀ ଇସ୍ତାହାରର ୨୧ ସଂକଳ୍ପ ମଧ୍ୟରୁ ୧୮ଟିରେ ପ୍ରକ୍ରିୟା ଆରମ୍ଭ କରିଛୁ