ନୂଆଦିଲ୍ଲୀ: ୟୁପିଆଇରେ ଆଉ ଟଙ୍କା ଧାର କରିପାରିବେ ନାହିଁ। ଖୁବ୍ଶୀଘ୍ର ଏହି ସୁବିଧା ବନ୍ଦ ହେବାକୁ ଯାଉଛି। NPCI ୧ ଅକ୍ଟୋବର, ୨୦୨୫ ଠାରୁ UPIରେ ପିଅର-ଟୁ-ପିଅର (P2P) କଲେକ୍ଟ ରିକ୍ୟୁଏଷ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାର ଅର୍ଥ ହେଉଛି ଜଣେ ବ୍ୟକ୍ତି UPI ମାଧ୍ୟମରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଟଙ୍କା ମାଗିବା ପାଇଁ ରିକୁଏଷ୍ଟ ପଠାଇ ପାରିବେ ନାହିଁ।
P2P କଲେକ୍ଟ ରିକୁଏଷ୍ଟ କିମ୍ବା 'ପୁଲ୍ ଟ୍ରାଞ୍ଜାକ୍ସନ୍' ହେଉଛି ଏକ ଏମିତି ସୁବିଧା ଯେଉଁଠାରେ ଜଣେ UPI ଉପଭୋକ୍ତା ଅନ୍ୟ ଜଣେ ଉପଭୋକ୍ତାଙ୍କୁ ଟଙ୍କା ମାଗିବା ଅନୁରୋଧ ପଠାଇଥାନ୍ତି। ଅନୁରୋଧ ପାଇବା ପରେ, ଟଙ୍କା ଦେବାକୁ ଥିବା ବ୍ୟକ୍ତି ତାଙ୍କର UPI PIN ବ୍ୟବହାର କରି ପେମେଣ୍ଟ ଅନୁମତି ଦିଅନ୍ତି। ଏଭଳି ପମେଣ୍ଟ ସୁବିଧାରେ ଠକାମୀ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଲା। ଅଜଣା ନମ୍ବରରୁ ରିକୁଏଷ୍ଟ ପଠାଇ ଲୋକଙ୍କୁ ଟଙ୍କା ପଠାଇବାକୁ ଅନୁରୋଧ କରୁଥିଲେ। ବଢ଼ୁଥିବା ସାଇବର ଠକେଇକୁ ରୋକିବା ପାଇଁ NPCI ଏହି ନିଷ୍ପତ୍ତି ନେଇଛି।
ଏହି କଟକଣା ସମସ୍ତଙ୍କ ପାଇଁ ଲାଗୁ ହେବ ନାହିଁ। ଏହି ପ୍ରତିବନ୍ଧକ କେବଳ P2P ସଂଗ୍ରହ ଅନୁରୋଧ ଅର୍ଥାତ୍ ବ୍ୟକ୍ତିଗତ ରିକୁଏଷ୍ଟ ସ୍ତରରେ ଲାଗୁ ହେବ। ତେବେ ବ୍ୟବସାୟୀମାନେ (ଯେପରିକି Flipkart, Amazon, Swiggy, କିମ୍ବା IRCTC) ବୈଧ ବ୍ୟବସାୟ ପାଇଁ କେଲକ୍ଟ ରିକୁଏଷ୍ଟ ସୁବିଧା ବ୍ୟବହାର କରିପାରିବେ। ଯଦି ଉପଭୋକ୍ତା ପେମେଣ୍ଟକୁ ଅନୁମତି ଦେବେ ତେବ ଏହା ହୋଇପାରିବ। NPCI ସମସ୍ତ ବ୍ୟାଙ୍କ ଏବଂ UPI ଆପଗୁଡ଼ିକୁ ୧ ଅକ୍ଟୋବର ୨୦୨୫ ସୁଦ୍ଧା P2P କେଲକ୍ଟ ଟ୍ରାଞ୍ଜାକ୍ସନ ଆରମ୍ଭ କରିବା, ରାଉଟିଂ କରିବା କିମ୍ବା ପ୍ରକ୍ରିୟାକରଣ କରିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।