UPI Liteରୁ ଏବେ ୫୦୦ ଟଙ୍କା ଯାଏ କରିପାରିବେ ଅଫ୍‌ଲାଇନ୍ ଟ୍ରାଞ୍ଜେକ୍ସନ୍, ଲିମିଟ୍ ବଢାଇଲା RBI

Published By : Prameya-News7 Bureau | August 24, 2023 IST

ନୂଆଦିଲ୍ଲୀ: ଭାରତର ଯେଉଁ ଅଞ୍ଚଳରେ ନେଟୱର୍କ ବ୍ୟବସ୍ଥା ସୁଦୃଢ ନାହିଁ କିମ୍ୱା ନେଟୱର୍କ ସିଙ୍ଗନାଲ ଦୁର୍ବଳ ସେହି କ୍ଷେତ୍ର ପାଇଁ ଆରବିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ବର୍ତ୍ତମାନ ସମୟର ମୋବାଇଲ ୟୁଜର ନେଟୱର୍କ ନଥିବା ସମୟରେ ବି ଯଦି ୟୁପିଆଇ ଜରିଆରେ ପେମେଣ୍ଟ କରିବାକୁ ଚାହାନ୍ତି ତେବେ ସେ ୟୁପିଆଇ ଲାଇଟ୍ ଜରିଆରେ ସର୍ବାଧିକ ୨୦୦ ଟଙ୍କା ଯାଏ ପୈଠ କରିପାରୁ ଥିଲେ । କିନ୍ତୁ ଗୁରୁବାର ଆରବିଆଇ ଏହି ଟ୍ରାଜେକ୍ସନ୍ ଲିମିଟ୍‌କୁ ବଢାଇ ସର୍ବାଧିକ ୫୦୦ ଟଙ୍କା କରିଛି ।

ପଢନ୍ତୁ: ଭାରତରେ ପରିବା କିଣିଲେ ଜର୍ମାନୀ ମନ୍ତ୍ରୀ, UPI ପେମେଣ୍ଟର ହେଲେ ଫ୍ୟାନ୍; ସୋସିଆଲ ମିଡିଆରେ ଭାଇରାଲ୍

ଏହାର ଅର୍ଥ ଏବେ ଆପଣଙ୍କ ମୋବାଇଲରେ ଇଣ୍ଟରନେଣ୍ଟ ନଥିଲେ କିମ୍ୱା ଦୁର୍ବଳ ଥିବା ସମୟରେ ବି ୟୁପିଆଇ ଲାଇଟ୍ ଜରିଆରେ ୫୦୦ ଟଙ୍କା ପୈଠ କରିପାରିବେ । ଏଥିପାଇଁ ନେଟୱର୍କ କିମ୍ୱା ପିନ୍ ଭେରିଫିକେସନର ଆବଶ୍ୟକତା ପଡ଼ିବ ନାହିଁ । ଅନ୍ୟପଟେ ଯେକୌଣସି ପେମେଣ୍ଟ ପ୍ଲାଟଫର୍ମରେ ୟୁପିଆଇ-ଲାଇଟ୍ ଜରିଆରେ ଏବେ ବି ମୋଟ ୨,୦୦୦ ଟଙ୍କା ହିଁ ନେଣଦେଣ କରାଯାଇପାରିବ ।

ଇଣ୍ଟରନେଟ୍ ସୁବିଧାରୁ ବଞ୍ଚିତ ମୋବାଇଲ ଫୋନ ୟୁଜରଙ୍କ ପାଇଁ ଅଫଲାଇନ ପେମେଣ୍ଟ ସୁବିଧା ୨୦୨୨ ସେପ୍ଟେମ୍ୱରରୁ ଆରମ୍ଭ କରାଯାଇଥିଲା । ଏଥିପାଇଁ ଏକ ନୂତନ ୟୁପିଏ ଲାଇଟ୍ ପ୍ରସ୍ତୁତ କରାଯାଇଥିଲା । ତେବେ ପ୍ରାରମ୍ଭିକ ସମୟରେ ଏହା ଦ୍ୱାରା ପୈଠ ରାଶିକୁ ୨୦୦ ଟଙ୍କା ଯାଏ ହିଁ ସୀମିତ ରଖାଯାଇଥିଲା । ତେବେ ଖୁବ୍ କମ୍ ସମୟ ମଧ୍ୟରେ ଏହା ୟୁଜର୍ସଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଛି । ଏପରିକି ଗୋଟିଏ ମାସରେ ଏକ କୋଟିରୁ ଅଧିକ ନେଣଦେଣ ହୋଇଛି ।

Also Read: ବର୍ଷକ ଭିତରେ UPI ଟ୍ରାଞ୍ଜାକ୍ସନ ଦ୍ରୁତ ଗତିରେ ବଢ଼ିଛି;  ଦୈନିକ ନେଣଦେଣ ୩୬ କୋଟିକୁ ବୃଦ୍ଧି: RBI ଗଭର୍ଣ୍ଣର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.