Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ବର୍ଷକ ଭିତରେ UPI ଟ୍ରାଞ୍ଜାକ୍ସନ ଦ୍ରୁତ ଗତିରେ ବଢ଼ିଛି;  ଦୈନିକ ନେଣଦେଣ ୩୬ କୋଟିକୁ ବୃଦ୍ଧି: RBI ଗଭର୍ଣ୍ଣର

9/03/2023 at 11:03 AM

ନୂଆଦିଲ୍ଲୀ: ଦେଶରେ ୟୁପିଆଇ(ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍) ପେମେଣ୍ଟ ବଢ଼ିଛି। ଗତବର୍ଷ ଠାରୁ ୟୁପିଆ ପେମେଣ୍ଟରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ନେଣଦେଣ(ଟ୍ରାଞ୍ଜାକ୍ସନ) ୩୬ କୋଟି ପାର୍ କରିଛି। ଯାହା ୨୦୨୨ ଫେବ୍ରୁଆରୀରେ ହୋଇଥିବା ୨୪ କୋଟିରୁ ୪୦ ପ୍ରତିଶତ ଅଧିକ ବୋଲି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

ଭାଲ୍ୟୁ ହିସାବରେ ଦେଖିଲେ ଉକ୍ତ ଅବଧି ଭିତରେ ୟୁପିଆଇ ଟ୍ରାଞ୍ଜାକ୍ସନ ୬.୨୭ ଲକ୍ଷ କୋଟି ହୋଇଛି। ଯାହା ୨୦୨୨ରେ ୫.୩୬ ଲକ୍ଷ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ଠାରୁ ୧୭ ପ୍ରତିଶତ ଅଧିକ। ଡିଜିଟାଲ୍ ପେମେଣ୍ଟ ବିଷୟରେ ଲୋକଙ୍କୁ ସୂଚନା ଦେଇ ଶ୍ରୀ ଦାସ ଏହି ରିପୋର୍ଟ ପ୍ରଦାନ କରିଛନ୍ତି।

ଗତ ୩ ମାସର ହିସାବକୁ ଦେଖିଲେ ଡିସେମ୍ବର ୨୦୨୨ରୁ ପ୍ରତି ମାସ ମୋଟ ମାସିକ ଜିଟିଟାଲ୍ ଟ୍ରାଞ୍ଜାକ୍ସନ ୧୦୦୦ କୋଟି ଟଙ୍କାରୁ ଅଧିକ ରହିଛି। ନିକଟରେ ୯୦,୦୦୦ ଲୋକଙ୍କୁ ନେଇ ପାନ୍ ଇଣ୍ଡିଆ(ଭାରତ ବାହାରେ) ଡିଜିଟାଲ ପେମେଣ୍ଟ ସର୍ଭେ କରାଯାଇଥିଲା। ଏତିରେ ୪୨ ପ୍ରତିଶତ ଲୋକ ଡିଜିଟାଲ୍ ପମେଣ୍ଟ ୟୁଜ୍ କରୁଥିବା ଜଣାପଡ଼ିଥିଲା ବୋଲି ଶ୍ରୀ ଦାସ ସୋମବାର ସୂଚନା ଦେଇଛନ୍ତି।  

କେବଳ  ଚଳିତ ବର୍ଷ ଜାନୁଆରୀ ମାସରେ ୟୁପିଆଇ ଟ୍ରାଞ୍ଜାକ୍ସନ ୮୦ ୦ କୋଟିରୁ ଅଧିକ ରହିଥିଲା। ନ୍ୟାସ୍‌ନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର ମାଧ୍ୟମରେ ଫେବ୍ରୁଆରୀ ୨୮ରେ ୩.୧୮ କୋଟିରୁ ଅଧିକ ଟ୍ରାଞ୍ଜାକ୍ସନ ହୋଇଛି। ଯାହା ଦୈନିକ ସର୍ବାଧିକ ଟ୍ରାଞ୍ଜାକ୍ସନ ବୋଲି ଗଭର୍ଣ୍ଣର କହିଛନ୍ତି।

୨୦୧୬ରେ ଲଞ୍ଚ୍ ହୋଇଥିଲା ୟୁପିଆଇ ପେମେଣ୍ଟ

ସୂଚନା ଥାଉକି ୨୦୧୬ରେ ଭାରତରେ ୟୁପିଆଇ ପେମେଣ୍ଟ ଲଞ୍ଚ କରିଥିଲା। ଏହାପରେ ଭାରତୀୟ ଲୋକେ ଏହାକୁ ବହୁଳମାତ୍ରାରେ ବ୍ୟବହାର କରିଥିଲେ। ୟୁପିଆଇ ପେମେଣ୍ଟ ମୋଟ ଡିଜିଟାଲ୍‌ ପେମେଣ୍ଟର ୭୫ ପ୍ରତିଶତ(ଲୋକ ଠୁ ଲୋକ ଓ ଲୋକ ଠାରୁ ମାର୍ଚାଣ୍ଟ ଟ୍ରାଞ୍ଜାକ୍ସନ)

ଗତ ୫ ବର୍ଷରେ ଡିଜିଟାଲ ମେମେଣ୍ଟ ବାର୍ଷିକ ୧୫ ପ୍ରତିଶତ ବଢ଼ିଛି। ୨୦୨୫ ସୁଧା ଦେଶର ସବୁ ନାଗରିକ ଡିଜିଟାଲ ପେମେଣ୍ଟ କରୁ ବୋଲି ଆର୍‌ବାଇର ଲକ୍ଷ୍ୟ ରହିଛି।

କହି ରଖୁଛୁ ଯେ ୟୁପିଆକୁ ଏନ୍‌ସିପିଆଇ ଅପରେଟ କରିଥାଏ। ଭାରତରେ RTGS ଓ NEFT ପେମେଣ୍ଟ ସିଷ୍ଟମ ଅପରେସନ ଆର୍‌ବିଆଇ ପାଖରେ ରହିଥାଏ। IMPS,RuPay, UPI ଭଳି ସିଷ୍ଟମ ନ୍ୟାସ୍‌ନାଲ ପେମେଣ୍ଟ କୋରପରେଶନ ଅଫ୍ ଇଣ୍ଡିଆ(NCPI) ଅପରେଟ୍ କରିଥାଏ। ସରକାର ୨୦୨୦ ଜାନୁଆରୀ ୧ରୁ ୟୁପିଆ ଟ୍ରାଞ୍ଜାକ୍ସନ ପାଇଁ ଜିରୋ ଚାର୍ଜ ଫ୍ରେମ୍‌ୱାର୍କ ବାଧ୍ୟତାମୂଳକ କରିଥିଲେ। ଅର୍ଥାତ୍ ଏହି ୟୁପିଆଇ ଟ୍ରାଞ୍ଜକ୍ସନ ଦ୍ୱାରା ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡ଼ୁ ନାହିଁ।

   Related Posts