ପୁନେ ଦୁଷ୍କର୍ମ ମାମଲାରେ ନୂଆ ଟ୍ୱିଷ୍ଟ , ପୀଡ଼ିତା ନିଜେ ନେଇଥିଲେ ସେଲଫି ; ଅଭିଯୁକ୍ତ ବି ଥିଲା ପରିଚିତ

Published By : Prameya-News7 Bureau | July 04, 2025 IST

ନୂଆଦିଲ୍ଲୀ – ପୁନେରେ ୨୨ବର୍ଷିୟ ଇଂଜିନିୟରଙ୍କ ସହ ଡେଲିଭରୀ ବୟ ଦ୍ୱାରା କରାଯାଇ ଥିବା କଥିତ ଦୁଷ୍କର୍ମ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ପ୍ରାରମ୍ଭିକ ଯାଞ୍ଚର ଆଧାରରେ ଗିରଫ କରାଯାଇ ଥିବା ଅଭିଯୁକ୍ତ ପୀଡ଼ିତାଙ୍କର ଚିହ୍ନା ପରିଚିତ। ଶୁକ୍ରବାର ପୁଲିସ ଏହି ମାମଲାକୁ ନେଇ ଆହୁରି ଅଧିକ ସୂଚନା ଦେଇ କହିଥିଲା ଯେ, ସେ ଉଭୟ ଗୋଟିଏ ହିଁ  ସଂପ୍ରଦାୟର ଏବଂ ପରସ୍ପରର ବନ୍ଧୁ। ପୀଡ଼ିତା ନିଜେ ହିଁ ସନ୍ଦିଗ୍ଧ ଅଭିଯୁକ୍ତ ସହ ସେଲଫି ନେଇଥିଲେ ଏବଂ ଏହା ଉପରେ ଏକ ଧମକ ମଧ୍ୟ ଲେଖି ଥିଲେ।

ସ୍ଥାନୀୟ ପୁଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ, ପ୍ରାରମ୍ଭିକ ଯାଞ୍ଚ ପରେ ଜଣାପଡ଼ିଛି ଯେ , ଯୁବତୀ ନିଜେ ହିଁ ସନ୍ଦିଗ୍ଧ ଅଭିଯୁକ୍ତ ସହ ସେଲ୍ଫି ନେଇଥିଲେ, ଯେଉଁଥିରେ ବ୍ୟକ୍ତିର ଚେହେରା ମଧ୍ୟ ସ୍ପଷ୍ଟ ଦେଖାଯାଉ ଥିଲା। ହେଲେ ପରେ ସେ ଏହାକୁ କ୍ରପ୍‌ କରି ଦେଇଥିଲେ ଏବଂ ଏହା ଉପରେ ଧମକପୂର୍ଣ୍ଣ ମେସେଜ୍‌ ମଧ୍ୟ ଟାଇପ୍ କରି ଥିଲେ।

ସେ କହିଥିଲେ , ଏହା ବ୍ୟତୀତ ପ୍ରାରମ୍ଭିକ ବୟାନରେ ଯେଉଁ କେମିକାଲ ଦ୍ୱାରା ବେହୋସ କରିବାର ବୟାନ ଦିଆଯାଇ ଥିଲା ତା ବି ଭିତ୍ତିହୀନ ଥିଲା। ଏଥିରେ କୌଣସି କେମିକାଲ ବ୍ୟବହାର କରାଯାଇ ନଥିଲା। ଆମେ ଏବେ ବି ଏହି କଥାର ଯାଞ୍ଚ କରୁଛି ଯେ , ପୀଡ଼ିତା ଦୁଷ୍କର୍ମ ଅଭିଯୋଗ କାହିଁକି କଲେ। ଏବେ ବି ଏହି ମାମଲାର ଯାଞ୍ଚ ଚାଲିଛି। କାରଣ ଯୁବତୀଙ୍କର ମାନସିକ ସ୍ଥିତି ବର୍ତ୍ତମାନ ଠିକ୍‌ ନାହିଁ। 

ଏହା ପୂର୍ବରୁ ଏହି ୨୨ ବର୍ଷିୟା ମହିଳା ଦାବି କରିଥିଲେ ଯେ, ବୁଧବାର ସନ୍ଧ୍ୟାରେ କୋନ୍ଧୱା ଅଞ୍ଚଳରେ ଥିବା ତାଙ୍କ ଫ୍ଲାଟ୍‌ରେ ଜଣେ ବ୍ୟକ୍ତି ଡେଲଭରୀ ଏଜେଣ୍ଟ ସାଜି ପଶି ଯାଇଥିଲା, ଏହି ସମୟରେ ସେ ଏକୁଟିଆ ଥିଲା। ସେ କୌଣସି ସ୍ପ୍ରେ ମାଧ୍ୟମରେ ତାଙ୍କୁ ବେହୋସ କରି ଦେଲା ଏବଂ ପରେ ତାଙ୍କୁ ଦୁଷ୍କର୍ମ କରିଥିଲା। ଯେବେ ତାଙ୍କର ଚେତା ଫେରିଲା ବେଳକୁ , ଅଭିଯୁକ୍ତ ସେଠାରେ ନଥିଲା। ଫେରାର ହୋଇ ଯାଇଥିଲା। ଯିବା ପୂର୍ବରୁ ଅଭିଯୁକ୍ତ ତାଙ୍କର ଫୋନ୍‌ରେ ଏକ ସେଲ୍ଫି ନେଇଥିଲା , ଯେଉଁଥିରେ ତାର ପିଠି ଓ ମୁହଁର ଏକ ଭାଗ ଦେଖାଯାଉ ଥିଲା। ସେ ପୁଲିସକୁ କହିଥିଲେ ଯେ, ଅଭିଯୁକ୍ତ ଚେତାବନୀ ଦେଇ ଏକ ମେସେଜ୍‌ ଛାଡ଼ି ଥିଲା ଯେ, ସେ ତାର ଫଟୋ ନେଇଥିଲା ଏବଂ ଯଦି ସେ ଘଟଣାର ସୂଚନା ପୁଲିସକୁ ଦିଏ , ତ ସେ ସେସବୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଦେବ। ପୁଲିସ ଏହି ମାମଲାର ଯାଞ୍ଚ କରି ଶୁକ୍ରବାର ସେ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଥିଲା। ଏହି ବ୍ୟକ୍ତି ପରେ ଯୁବତୀଙ୍କର ବନ୍ଧୁ ହିଁ ବାହାରିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.