ଭୁବନେଶ୍ୱର ୨୯।୦୬ : ପୁରୀ ଶରଧାବାଲିରେ ଦଳାଚକଟାରେ ତିନି ଜଣଙ୍କର ମୃତ୍ୟୁ ଘଟଣା । ସାମ୍ନାକୁ ଆସିଲା ବିରୋଧୀ ଦଳ ନବୀନ ପଟ୍ଟନାୟକଙ୍କ ବୟାନ । ସୋସିଆଲ ମିଡିଆ ଆକାଉଣ୍ଟର ‘X’ରେ ଲେଖିଛନ୍ତି ଯେ, ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳତା ଦେଖାଦେଇଛି । ଯାହାଫଳରେ ଏତେ ବଡ଼ ଅଘଟଣ ଘଟିଛି ।
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଘଟିଥିବା ଅଘଟଣକୁ ନେଇ ସମବେଦନା ଜଣାଇଛନ୍ତି। ମୃତ ୩ ଜଣଙ୍କ ପରିବାର ପ୍ରତି ମୋ ପକ୍ଷରୁ ସମବେଦନା। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ଏହାସହିତ ଭିଡକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନଥିବା କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣା ସବୁ ସରକାରଙ୍କ ଅକ୍ଷମତାକୁ ଦର୍ଶାଉଛି । ତେଣୁ ବାହୁଡ଼ା ଓ ସୁନାବେଶ ପାଇଁ ଉଚିତ ପଦକ୍ଷେପ ନିଅନ୍ତୁ ।