ବଦଳିଗଲେଣି କି ସାମନ୍ଥା ରୁଥ ପ୍ରଭୃ ! କଥା କଥାରେ ରାଗିଯାଉଛନ୍ତି ଅଭିନେତ୍ରୀ

Published By : Prameya-News7 Bureau | June 29, 2025 IST

ମୁମ୍ଵାଇ ୨୯।୦୬; ମଝିରେ ମଝିରେ ଚର୍ଚ୍ଚାରେ ରହନ୍ତି ଦକ୍ଷିଣୀ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ । ନାଗା ଚୈତନ୍ୟଙ୍କ ସହ ପ୍ରେମ, ବିବାହ ଓ ବିଚ୍ଛେଦ- ସାମନ୍ଥାଙ୍କୁ ନେଇ କମ୍‌ ଚର୍ଚ୍ଚା ହୋଇନି । ଏକ ବିରଳ ସ୍ନାୟୁଜନିତ  ରୋଗରେ ଆକ୍ରାନ୍ତ ହେବା ନେଇ ମଧ୍ୟ ସେ ଚର୍ଚ୍ଚାରେ ଥିଲେ । ଏବେ ତାଙ୍କୁ ନେଇ ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଛି ଯେ ଟିକେ ଟିକେ କଥାରେ କାଳେ ସେ ରାଗିଯାଉଛନ୍ତି । ତାଙ୍କୁ କେହି କିଛି   ପ୍ରଶ୍ନ କଲେ ସେ ଚିଡ଼ି ଉଠୁଛନ୍ତି। ହେଲେ ତାଙ୍କ ପିଆର୍‌ ଟିମ୍‌ ଭିନ୍ନ କଥା କହୁଛି । 

ପିଆର୍‌ ଟିମ୍‌ ଅନୁସାରେ ସାମନ୍ଥା ରାଗୁନାହାନ୍ତି, ବରଂ କପଟ ରାଗ ଦେଖାଉଛନ୍ତି । ତାଙ୍କ ହୃଦୟ ଯଥେଷ୍ଟ କୋମଳ । ସେ  ପ୍ରଶଂସକମାନଙ୍କ ପ୍ରତି କେବେ ବି ଖରାପ ଆଚରଣ ପ୍ରଦର୍ଶନ  କରିନାହାନ୍ତି । କିନ୍ତୁ କ୍ୟାମେରା ତ ଭିନ୍ନ କଥା କହୁଛି । ସଂପ୍ରତି  ମୁମ୍ବାଇର ବାନ୍ଦ୍ରାସ୍ଥିତ ଏକ ଜିମ୍‌ରୁ ସେ ବାହାରି ନିଜ କାର୍‌ ଆଡ଼କୁ  ଯାଉଥିଲେ । ସେହି ସମୟରେ ତାଙ୍କ ଉପରେ କେତେଜଣ  ପାପାରାଜ୍ଜିଙ୍କ ନଜର ପଡିଲା । ସେମାନେ ସାମନ୍ଥାଙ୍କର ଫଟୋ  ଉଠାଇନଥିଲେ । କେବଳ ସୁପ୍ରଭାତ ଜଣାଇଥିଲେ । ଏତିକିରେ  ଚିହିଁକି ଉଠିଥିଲେ ସାମନ୍ଥା । ଏହା ଦେଖି ସାମନ୍ଥାଙ୍କ ରାଗ  କହିଲେ ନ ସରେ । ସାମନ୍ଥାଙ୍କ ଏପରି ରୂପ ଆଗରୁ କେହି  ଦେଖିନଥିଲେ । ସେଦିନର ସାମନ୍ଥା ଯେପରି ରୁଢ଼  ବ୍ୟବହାର କରିଥିଲେ ତାହାର ଭିଡିଓ ସୋସିଆଲ୍‌  ମିଡିଆରେ ଭାଇରାଲ୍‌ ହୋଇଛି । ଅନେକ ନେଟିଜେନ୍‌  ତାଙ୍କର ଏପରି ବ୍ୟବହାରକୁ ନିନ୍ଦା କରିଛନ୍ତି ।  

ଶୁଣିବାକୁ ମିଳିଛି ସାମନ୍ଥା ଏବେ ଜଣେ ଦକ୍ଷିଣ  ଭାରତୀୟ ନିର୍ଦ୍ଦେଶକଙ୍କୁ ଡେଟ୍‌ କରୁଛନ୍ତି ।  କାଳେ ସେହି ଖବର ପାପାରାଜ୍ଜିମାନେ  ବାହାରେ ପ୍ରକାଶ କରିଦେବେ ସେ ନେଇ  ଚିନ୍ତାରେ ଅଛନ୍ତି ସାମନ୍ଥା । ଅନେକ  ସୋସିଆଲ୍‌ ମିଡିଆ ବ୍ୟବହାରକାରୀ  ଲେଖିଛନ୍ତି ନୂଆ ଫିଲ୍ମଟିଏ ଆସୁ ।  ଏହାପରେ ଦେଖାଯିବ ଏହି ଅଭିନେତ୍ରୀଙ୍କ ବ୍ୟବହାର ଅଚାନକ  କେମିତି ବଦଳିଯିବ । କେହି କେହି ଲେଖିଛନ୍ତି ଗୋଟିଏ ପରେ  ଗୋଟିଏ ଫ୍ଲପ୍‌ ସିନେମା ପରେ ବି ଏମିତି ମନୋଭାବ କେଉଁଠୁ  ଆସେ? କେହି କେହି ତାଙ୍କ ଓଜନ କମାଇବା ସହିତ ମନକୁ  ଶାନ୍ତ ରଖିବାର ପରାମର୍ଶ ବି ଦେଇଛନ୍ତି । ଦେଖାଯାଉ ସାମନ୍ଥା  ପ୍ରଶଂସକମାନଙ୍କ କଥା କେତେ ମାନୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.