ଯାଜପୁର ୧୪।୬: ଯାଜପୁରରେ ୮ ହଇଜା ରୋଗୀ ଚିହ୍ନଟ ହେବା ପରେ ସ୍ଥିତି ନିୟନ୍ତ୍ରଣ ଲାଗି ପହଞ୍ଚିଲେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡ. ବୃନ୍ଦା ଡି. । ଜାତୀୟ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଯାଜପୁର ଗସ୍ତ କରି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତ l ଜାତୀୟ ସ୍ୱାସ୍ଥ୍ୟ ମିଶନ ଡାଇରେକ୍ଟର ବୃନ୍ଦା ଡି., ସ୍ପେଶାଲ ସେକ୍ରେଟାରୀ ଡ଼ଃ ବିଜୟ ମହାପାତ୍ର, ଆଡ଼ିସନାଲ ଡିଏମଇଟି ପ୍ରଫେସର ଡବ୍ଲୁଏଚ୍ଓର ପ୍ରତିନିଧି ମିଳିତ ଯାଜପୁର ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି l ପ୍ରଥମେ ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଝାଡାବାନ୍ତିର ଅନୁଧ୍ୟାନ କରିଛନ୍ତ l ଗ୍ରାଉଣ୍ଡ ଜିରୋରେ ପାନୀୟ ଜଳ ବିଶୋଧନ କରାଯାଇଥିବା ବେଳେ ପ୍ରତ୍ୟେକ ଗ୍ରାମରେ ଆଶା ଓ ଅଙ୍ଗନବାଡି କର୍ମୀ ସଚେତନ କରୁଥିବା ବେଳେ ଯଦି କେହି ଆକ୍ରାନ୍ତ ଥାଆନ୍ତି ସେମାନଙ୍କୁ ଚିକିତ୍ସାଳୟ ଅଣାଯିବାର ବ୍ୟବସ୍ଥା କରାଯାଉଛି । ସେପଟେ ଭୋଜିଭାତ ନକରିବାକୁ ଜିଲ୍ଲାପାଳ ମାର୍ଗଦର୍ଶିକା ଜାରି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ୪୧ଟି ନମୁନା ର ପରୀକ୍ଷା ଯାଇଥିବା ବେଳେ ୮ ହଇଜା ପଜିଟିଭ ରିପୋର୍ଟ ଆସିଛି l ତେବେ ଏବେବି ଜିଲ୍ଲାରେ ୨୨୦ରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହେଉଛନ୍ତି ।
You Can Read:
ବାଣୀବିହାର ଓଭରବ୍ରିଜ୍ ଉପରେ ସିରିଜ୍ ଦୁର୍ଘଟଣା, କାର୍ ଧକ୍କାରେ ଏକାଧିକ ଆହତ