ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟେ ବଡ଼ ସମସ୍ୟା ନୁହେଁ, ତାଙ୍କୁ କେବଳ ଗୋଟେ ପ୍ରଦର୍ଶନ କରାଯାଇଛି। ଶୁକ୍ରବାର ଦିଲ୍ଲୀର ତାଲକାଟୋରା ଷ୍ଟାଡିୟମରେ ଭାଷଣ ଦେଇ ଏଭଳି କହିଛନ୍ତି ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି “ନରେନ୍ଦ୍ର ମୋଦୀ କୌଣସି ବଡ଼ ସମସ୍ୟା ନୁହେଁ। ମୁଁ ଆପଣଙ୍କୁ କହୁଛି, ଏଇ ମିଡିଆବାଲା ହିଁ ଏମିତି ବନାଉଛନ୍ତି।”
ରାହୁଲଙ୍କର ଏଭଳି କଥାରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଜନତା ରାହୁଲ ଗାନ୍ଧୀଙ୍କ ନାଁରେ ନାରା ଲଗାଇଥିଲେ। ଜନତାଙ୍କ ଉତ୍ସାହ ଦେଖି ରାହୁଲ ଗାନ୍ଧୀ ମଧ୍ୟ ଖୁସି ହୋଇଥିଲେ। ରାହୁଲ କହିଥିଲେ “ପ୍ରଥମେ ମୁଁ ତାଙ୍କୁ ଭେଟି ନଥିଲେ। ଏବେ ଦୁଇ ତିନି ଥର ତାଙ୍କୁ ଭେଟି ସାରିଲାଣି। ମୁଁ କଥା ବୁଝି ଗଲିଣି। ସେ ଗୋଟେ ଶୋ ପୂରା ଶୋ...ହେଲେ ଦମ ନାହିଁ। ଆପଣମାନେ ତାଙ୍କୁ ଭେଟି ନାହାନ୍ତି। ମୁଁ ଭେଟିଛି। ତାଙ୍କ ସହ ବସିଛି ରୁମରେ।”
ଭାଷଣ ଦେବା ବେଳେ ରାହୁଲ ଭାରତର ଅମଲାତନ୍ତ୍ରରେ ବଞ୍ଚିତ ଏବଂ ଅବହେଳିତ ସମ୍ପ୍ରଦାୟର ପ୍ରତିନିଧିତ୍ୱକୁ ଅଣଦେଖା କରିବା ଉପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ "ଦଳିତ, ପଛୁଆ ବର୍ଗ, ଆଦିବାସୀ ଏବଂ ସଂଖ୍ୟାଲଘୁ ମିଳିତ ଭାବରେ ଦେଶର ଜନସଂଖ୍ୟାର ପ୍ରାୟ ୯୦% ହେବେ। କିନ୍ତୁ ବଜେଟ୍ ପ୍ରସ୍ତୁତ ହେବା ପରେ ଯେତେବେଳେ ହାଲୱା ବଣ୍ଟନ କରାଯାଉଥିଲା, ସେତେବେଳେ ଏହି ୯୦% ପ୍ରତିନିଧିତ୍ୱ କରୁଥିବା କେହି ନଥିଲେ। ଏହି ୯୦% ଜନସଂଖ୍ୟା ହିଁ ଦେଶର ଉତ୍ପାଦକ ଶକ୍ତି ଗଠନ କରନ୍ତି। ”
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି ଯେ ତୁମେମାନେ ହିଁ ହାଲୱା ତିଆରି କର, ସେମାନେ ଏହାକୁ ଖାଆନ୍ତି। ଆମେ କହୁ ନାହୁଁ ଯେ ସେମାନେ ହାଲୱା ଖାଇବା ଉଚିତ୍ ନୁହେଁ, କିନ୍ତୁ ଅତି କମରେ, ତୁମେ ମଧ୍ୟ କିଛି ଖାଇବା ଉଚିତ୍ ବୋଲି ରାହୁଲ କହିଛନ୍ତି।
ତେଲେଙ୍ଗାନାର କଂଗ୍ରେସ ସରକାର ଦ୍ୱାରା ପ୍ରାପ୍ତ ତଥ୍ୟକୁ ଉଲ୍ଲେଖ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟରୁ ଆସୁଥିବା ଲୋକମାନେ ତେଲେଙ୍ଗାନାରେ ଲକ୍ଷାଧିକ ଏବଂ କୋଟି କୋଟି ଦରମା ପ୍ୟାକେଜ ପାଉ ନାହାଁନ୍ତି। କାରଣ ସେମାନେ କର୍ପୋରେଟ୍ ସଂସ୍ଥା ଏବଂ ସେମାନଙ୍କ ପରିଚାଳନାର ଅଂଶ ନୁହଁନ୍ତି ବୋଲି ରାହୁଲ କହିଛନ୍ତି। ଅନ୍ୟପକ୍ଷରେ, ଯଦି ଆମେ ମନରେଗା ଶ୍ରମିକ କିମ୍ବା ଗିଗ୍ ଶ୍ରମିକଙ୍କ ତାଲିକା ଦେଖିବା, ତେବେ ସେମାନେ ସମ୍ପୂର୍ଣ୍ଣ ଭାବରେ ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟର ଲୋକଙ୍କୁ ନେଇ ଗଠିତ ବୋଲି ରାହୁଲ କହିଛନ୍ତି।
କଂଗ୍ରେସର ଭାଗୀଦାରୀ ବ୍ୟାୟ ସମ୍ମିଳନୀ 'ରେ ଭାଷଣ ଦେଇ ରାହୁଲ ଗାନ୍ଧୀ ସ୍ୱୀକାର କରିଛନ୍ତି ଯେ ତାଙ୍କର ୨୦୦୪ ମସିହାରେ ୟୁପିଏ-୧ ଶାସନ ସମୟରେ ଯେତେବେଳେ ସେ ରାଜନୀତିରେ ଯୋଗ ଦେଲେ ସେତେବେଳେ ଓବିସିଙ୍କୁ ଯେପରି ସୁରକ୍ଷା ଦେବା କଥା ସେ ଦେଇପାରି ନାହାନ୍ତି। ଏନେଇ ରାହୁଲ କହିଛନ୍ତି "ମୋର ଦୁଃଖ ହେଉଛି ଯେ ଯଦି ମୁଁ ତୁମର (ଓବିସି) ଇତିହାସ, ତୁମର ସମସ୍ୟା ବିଷୟରେ, ଆହୁରି ଟିକିଏ ଜାଣିଥାନ୍ତି, ତେବେ ମୁଁ ସେହି ସମୟରେ ଜାତି ଜନଗଣନା କରିଥାନ୍ତି।" ତେବେ ଏହା ତାଙ୍କର ଭୁଲ ଥିଲା କିନ୍ତୁ ଦଳର ନୁହେଁ, ସେ ଏହାକୁ ସଂଶୋଧନ କରିବାକୁ ଯାଉଛନ୍ତି ବୋଲି ରାହୁଲ କହିଛନ୍ତି।
ଶୁକ୍ରବାର ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ସଂରକ୍ଷିତ ଆସନଗୁଡ଼ିକ ନରେନ୍ଦ୍ର ମୋଦି ସରକାରଙ୍କରକେବଳ ଅବହେଳା ନୁହେଁ ବରଂ ଶିକ୍ଷା ଏବଂ ନୀତି ନିର୍ଦ୍ଧାରଣରୁ ଉପେକ୍ଷିତ ସମ୍ପ୍ରଦାୟଗୁଡ଼ିକୁ ବାଦ ଦେବାର ଏକ ଜଣାଶୁଣା ପ୍ରୟାସ ବୋଲି ରାହୁଲ ଲେଖିଛନ୍ତି।
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅବହେଳିତ ସମ୍ପ୍ରଦାୟର ପ୍ରତିନିଧିତ୍ୱ ହ୍ରାସ ନେଇ ରାହୁଲ ଅଭିଯୋଗ କରିବା ପରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଏହାର ପାଲଟା ଜବାବ ଦେଇଥିଲେ। ସେ ଟ୍ୱିଟ୍ କରି ରାହୁଲଙ୍କ ପରିବାରକୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରିଛନ୍ତି। ମାଲବ୍ୟ ଲେଖିଛନ୍ତି "ବିଡ଼ମ୍ବନା ବଡ଼ ଏବଂ କପଟତା ତା’ଠାରୁ ଆହୁରି ବଡ଼।" ମାଲବ୍ୟ ଲେଖିଛନ୍ତି “ଯେତେବେଳେ ଜଣେ କ୍ୟାଥୋଲିକ ମା ଏବଂ ଜଣେ ପାର୍ସୀ ପିତାଙ୍କ ପୁଅ ଅନ୍ୟ ସମସ୍ତଙ୍କ ଜାତି ପଚାରି ବୁଲି ବୁଲି ଏପରି ହୁଏ।” ସେ ଆହୁରି ଲେଖିଛନ୍ତି ଯେ ରାହୁଲଙ୍କର ବିଭାଜନକାରୀ ଏବଂ ଲଜ୍ଜାଜନକ ରାଜନୀତି ତାଙ୍କ ଇଚ୍ଛାଠାରୁ ଦ୍ରୁତ ଗତିରେ ସାମ୍ନାକୁ ଆସୁଛି ଏବଂ ତାଙ୍କ ମୁଖା ଖୋଲୁଛି।