ଅନୁଗୋଳ ୧।୬: ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ । ଅନୁଗୋଳ ଜିଲ୍ଲା କଣିହାଁ ମସୁଣିହତା ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ମସୁଣିହତା ଗାଁର ବାବାଜୀ ନାଏକ । ତାଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ବିଭୁତି ନାଏକଙ୍କ ସ୍ତ୍ରୀଙ୍କୁ ବାବାଜୀ ନାଏକ ପ୍ରେମ କରିଆସୁଥିଲା । ଦୀର୍ଘ ଦିନ ଘରକୁ ଯିବା ଆସିବା ପରେ ବିଭୁତି ନାଏକଙ୍କ ସ୍ତ୍ରୀଙ୍କୁ ଘରେ ଆଣି ରଖିଥିଲା ବାବାଜୀ । ଘଟଣା ପୋଲିସ ନିକଟକୁ ଯିବା ପରେ ପୁଣି ମହିଳା ଜଣକ ତାଙ୍କ ସ୍ବାମୀଙ୍କ ନିକଟକୁ ଫେରିଯାଇଥିଲେ । ତେବେ ଉଭୟଙ୍କ ପରକୀୟା ପ୍ରୀତି ଏତିକିରେ ସରିନଥିଲା । କିଛି ଦିନ ତଳେ ପୁଣି ବାବାଜୀ ବିଭୁତିଙ୍କ ସ୍ତ୍ରୀଙ୍କୁ ନେଇ ପଳାଇ ଆସିଥିଲା । ଫଳରେ ବିଭୁତିଙ୍କ ରାଙ୍ଗ ପଞ୍ଚମକୁ ଚଢି ଯାଇଥିଲା । ଏମିତି ପରିସ୍ଥିତିରେ ସୁଯୋଗ ଖୋଜୁଥିଲା ବିଭୁତି । ତେଣୁ ରାତିରେ ବାରଣ୍ଡାରେ ଶୋଇଥିବା ବେଳେ ବାବାଜୀକୁ କଟୁରୀରେ ଚୋଟ ମାରିଥିଲା ବିଭୁତି । ପରେ ଫେରାର ହୋଇଯାଇଥିଲା । ଖବର ପାଇ କଣିହାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭୁତିକୁ ଗିରଫ କରିଛି । ଥାନାରେ ଅଟକ ରଖି ପଚରାଉଚରା କରିଥିବା ବେଳେ ବ୍ୟବହୃତ କଟୁରୀକୁ ଜବତ କରିଛି ।
ସେପଟେ ବାବାଜୀ ନାଏକଙ୍କ ଶବକୁ ଜବତ କରି କଣିହାଁ ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।
You Can Read: