ରାଉରକେଲା ୨୮।୦୬ : ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଥାନା ଅଞ୍ଚଳରେ ଅଘଟଣ । ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ୱାମୀ । ମୃତ ସ୍ତ୍ରୀଙ୍କ ନାମ ସବିତା ମୁଣ୍ଡା ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖିଛି ପୋଲିସ ।
ଖବର ଅନୁଯାୟୀ, ଟାଙ୍ଗରପାଲି ଥାନା ଅଞ୍ଚଳର ଫର୍ଟିଲାଇଜର ହାଟିଂ ଟୋଲା ନିକଟରେ କୌଣସି କଥାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାପରେ ଉତ୍ୟକ୍ତ ହୋଇ ସ୍ୱାମୀ ଏକ ଠେଙ୍ଗାରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀ ସବିତା ମୁଣ୍ଡାଙ୍କର ମୃତ୍ୟୁ ହୋଇଯାଇଥିଲା । ବାକି ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ରାଇସିଂ ମୁଣ୍ଡାକୁ ଅଟକ ରଖି ଛାନ୍ଭିନ୍ ଜାରି ରଖିଛି । ଏହାସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମଧ୍ୟ ପଠାଇଛି ।