ଗୁଣି ସନ୍ଦେହରେ ମାରି ଡ୍ୟାମ୍‌ରେ ଫିଙ୍ଗିଦେଲେ ! ୧୪ ଜଣଙ୍କୁ ଅଟକ ରଖିଛି ପୋଲିସ

Published By : Prameya-News7 Bureau | August 03, 2025 IST

ମୋହନା ୦୩।୦୮ : ଗଜପତି ଜିଲ୍ଲା ମୋହନାରେ ଅଭାବନୀୟ ଘଟଣା । ଗୁଣି ସନ୍ଦେହରେ ଯୁବକକୁ ହତ୍ୟା କରି ଡ୍ୟାମ୍ ରେ ଫିଙ୍ଗିଦେବା ଅଭିଯୋଗ। ମୃତକ ଜଣକ ହେଉଛନ୍ତି ମୋହନା ରlଚlଗୁଡା ଗାଁର ଗୋପାଳ ମଳିକ l ହତ୍ୟା ପରେ ମୃତଦେହକୁ ହରଭଙ୍ଗୀ ଡ୍ୟାମରେ ଫିଙ୍ଗିଦେଇଥିଲେ ଗ୍ରାମବାସୀ l 

ଖବର ଅନୁଯାୟୀ, ଗତ ୧୫ ଦିନ ତଳେ ରlଚlଗୁଡା ଗାଁର ସୁବାସ ମଳିକଙ୍କ ସ୍ତ୍ରୀ ଝୁନୁଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା l ଗୋପାଳ ଗୁଣି କରି ମାରି ଦେଇଥିବା ଗ୍ରାମବାସୀ ସନ୍ଦେହ କରିଥିଲେ l ଗୋପାଳ ନିଜ ଶ୍ୱଶୁର ଘର ଗଞ୍ଜାମ ଜିଲ୍ଲା ଗୌଡ଼ଗୋଠ ଗଣ୍ଡିଗାଁ ରେ ରହୁଥିଲେ l ଶନିବାର ରାତିରେ ଗୋପାଳଙ୍କୁ ତାଙ୍କ ଶ୍ୱଶୁର ଘରୁ ଉଠାଇ ଆଣି ୨ଟି ଅଟୋରେ ଗ୍ରାମବାସୀମାନେ ହରଭଙ୍ଗୀ ଡ୍ୟାମ୍ କୁ ନେଇଥିଲେ l ସେଠାରେ ଗୋପାଳଙ୍କୁ ହତ୍ୟାକରି ଡ୍ୟାମ୍ ରେ ଫିଙ୍ଗି ଦେଇ ଚାଲି ଆସିଥିଲେ l ଖବର ପାଇ ମୋହନା ଏବଂ ଅଡବା ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ରାତି ସାରା ଗୋଡ଼ାଇ ଗୋଡ଼ାଇ କାବୁ କରିଛି । ଘଟଣାରେ ସଂପୃକ୍ତି ଅଭିଯୋଗରେ ରlଚlଗୁଡା ଓ ଗୁଞ୍ଜିମା ଗାଁର ୧୪ଜଣକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ l 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.