ବାରିପଦା ୧୫।୦୩ : ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଟଙ୍ଗାଶୋଳ ଗାଁରେ ଅଭାବନୀୟ ଘଟଣା । ପାରିବାରିକ ବିବାଦରୁ ଗଡ଼ିଲା ସ୍ତ୍ରୀର ମୁଣ୍ଡ । ସ୍ତ୍ରୀକୁ ମାରି ମୃତଦେହ ନିକଟରେ ରାତିସାରା ଜଗିରହିଲା ସ୍ୱାମୀ । ମୃତ ସ୍ତ୍ରୀଙ୍କ ନାମ ସବିତା ଭୋକ୍ତା ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ହେଲେ ୨୮ ବର୍ଷୀୟ ଫୋତଲ ଭୋକ୍ତା । ପରକୀୟା ପ୍ରୀତିରୁ ହତ୍ୟା ହୋଇଥିବା ସନ୍ଦେହ କରାଯାଇଥିବା ସୂଚନା ।
ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଖାଇବା ପରେ ସ୍ୱାମୀ ଜଣେ ଝିଅଙ୍କ ସହ କଥା ହେଉଥିବା ସନ୍ଦେହ କରି ସ୍ତ୍ରୀ ସବିତା ବିରୋଧ କରିଥିଲେ । ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଦେଖୁ ଦେଖୁ ଉଭୟଙ୍କ ମଧ୍ୟରେ ବିବାହ ବଢିଥିଲା । ଶେଷରେ ସ୍ୱାମୀ ରାଗିଯାଇ ସ୍ତ୍ରୀକୁ ଏକ କାଠ ଫାଳିଆ ପିଟି ଚାଲିଲା । ଯାହାଫଳରେ ମହିଳା ଜଣକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ତେବେ ହତ୍ୟା ପରେ ରାତିସାରା ସ୍ତ୍ରୀଙ୍କ ମୃତଦେହକୁ ଜଗି ବସିଥିଲେ ସ୍ୱାମୀ । ସେପେଟ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଚାନ୍ଦୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏହାସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ମଧ୍ୟ ରଖିଛି ପୋଲିସ ।
ଦୁଇ ଦିନରେ ଗଡ଼ିଲା ଦୁଇ ଏଏସଆଇଙ୍କ ମୁଣ୍ଡ; ପ୍ରଥମେ ଆରରିଆ, ଏବେ ମୁଙ୍ଗେରରେ ଗଡ଼ିଲା ମୁଣ୍ଡ