ନୂଆଦିଲ୍ଲୀ ୦୧।୦୫: ପୁଷ୍ଟିସାରରେ ଭରପୂର ମୁଗ ଡାଲି । ଏହାକୁ ଖାଇବାର ଅନେକ ଲାଭ ମିଳିଥାଏ। କିନ୍ତୁ ଏପରି କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କ ପାଇଁ ମୁଗଡାଲି ପାଲଟିବ କାଳ । ଏହାକୁ ଖାଇବା ଦ୍ବାରା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ।
ଯଦି କାହାର ପେଟ ଫୁଲିବା, ଗ୍ୟାସ୍ କିମ୍ବା ବଦହଜମି ଭଳି ପାଚନ ସମସ୍ୟା ଅଛି, ତେବେ ମୁଗ ଡାଲି ଖାଇବାଠାରୁ ଦୂରେଇ ରହିବା ଉଚିତ୍। କାରଣ ମୁଗ ଡାଲି କିଛି ଲୋକଙ୍କର ଗ୍ୟାସ୍ ଏବଂ ପେଟ ଫୁଲିବାର କାରଣ ହୋଇପାରେ ।
ମୁଗ ଡାଲିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ । ଏହା ଶରୀରରେ ୟୁରିକ୍ ଏସିଡର ସ୍ତରକୁ ବଢ଼ାଇପାରେ। ଏଥିପାଇଁ ଯେଉଁମାନଙ୍କର ଗଣ୍ଠିରେ ଫୁଲା, ଯନ୍ତ୍ରଣା ଏବଂ ଜ୍ୱଳନ ହେବା ପରି ସମସ୍ୟା ଥାଏ, ସେମାନେ ମୁଗ ଡାଲି ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।
ଯେଉଁମାନେ କିଡନୀ ସମସ୍ୟାରେ ପୀଡିତ ସେମାନେ ମୁଗ ଡାଲି ଖାଇବାରୁ ଦୂରେଇ ରହିବା ଉଚିତ୍। ମୁଗ ଡାଲିରେ ଭଲ ପରିମାଣର ପ୍ରୋଟିନ ଏବଂ ପୋଟାସିୟମ ଥାଏ। ଖାସ୍ କରି ବୃକକ୍ ରୋଗୀଙ୍କ ପାଇଁ ଏହା ହୋଇପାରେ ବିପଦ ।
କିଛି ଲୋକଙ୍କୁ ମୁଗ ଡାଲିରୁ ଆଲର୍ଜି ହୋଇପାରେ । ଏହାକୁ ଖାଇବା ଦ୍ବାରା ଚର୍ମରେ ଫୋଡ଼ା, କୁଣ୍ଡେଇ ହେବା ସମସ୍ୟା, ଫୁଲା ସୃଷ୍ଟି କରେ। ତେଣୁ ଏଥିରୁ ଦୂରେଇ ରହିବା ଉଚିତ୍ ।