ଚୀନ୍‌ର ପ୍ରତିବନ୍ଧକ ମଧ୍ୟରେ ମୋଦୀଙ୍କ ଘୋଷଣା: ରେୟାର ଆର୍ଥ ମିନେରାଲ୍ସରେ ଆତ୍ମନିର୍ଭରତା ପାଇଁ ୧୨୦୦ ସ୍ଥାନରେ ଚାଲିଛି ଖୋଜ

Published By : Prameya-News7 Bureau | August 15, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଧୀନତା ଦିବସ ଅବସରରେ ଲାଲ କିଲ୍ଲାରୁ ଦେଶକୁ ସମ୍ବୋଧନ କରି କହିଛନ୍ତି, କ୍ରିଟିକାଲ ମିନେରାଲ୍ସରେ ଆତ୍ମନିର୍ଭରତା ଖୁବ୍ ଜରୁରୀ। ସେ କହିଛନ୍ତି ଉର୍ଜା କ୍ଷେତ୍ର ହେଉ କି’ ଉଦ୍ୟୋଗ କ୍ଷେତ୍ର କିମ୍ବା ପ୍ରଯୁକ୍ତିବିଦ୍ୟାର କୌଣସି କ୍ଷେତ୍ର ହେଉ ଏସବୁ କ୍ଷେତ୍ର ପାଇଁ ଗୁରୁତ୍ବପୂର୍ଣ୍ଣ ହେଉଛି ରେୟାର ଆର୍ଥ ମ୍ୟାଟେରିଆଲ।ଦୁନିଆ ଏବେ ଏହି ଖଣିଜର ଗୁରୁତ୍ବକୁ ବୁଝିବାରେ ଲାଗିଛି। ଭାରତ ମଧ୍ୟ ଏହି ଦିଗରେ ଦ୍ରୁତ ପଦକ୍ଷେପ ନେଉଛି।

ମୋଦୀ କହିଛନ୍ତି ସରକାର ଜାତୀୟ କ୍ରିଟିକାଲ ମିନେରାଲ୍ସ ମିଶନ (NCMS) ଆରମ୍ଭ କରାଇଛି। ଏହା ଅନୁଯାୟୀ ୧୨୦୦ରୁ ଅଧିକ ସ୍ଥାନରେ ଖୋଜ୍ କାମ ଚାଲିଛି। ଏହି ମିଶନ ୨୦୨୪-୨୫ରୁ ୨୦୩୦- ୩୧ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସରକାର ୧୬,୩୦୦ କୋଟି ଟଙ୍କାର ବଜେଟ ରଖିଛନ୍ତି। ଯେତେବେଳେକି ସାର୍ବଜନିକ କ୍ଷେତ୍ରର କମ୍ପାନି (PSU) ଏବଂ ଅନ୍ୟ ସହଭାଗିତାରେ ୧୮ ହଜାର କୋଟି ଟଙ୍କାର ନିବେଶ ଅନୁମାନ ରହିଛି। ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ଚୀନ ଦ୍ବାରା ରପ୍ତାନୀ ଉପରେ ପ୍ରତିବନ୍ଧକ କାରଣରୁ ଭାରତରେ ରେୟାର ଆର୍ଥ ମ୍ୟାଗନେଟର ଅଭାବ ଦେଖାଦେଉଛି।ସୂଚନାଥାଉକି, ଦୁନିଆର ୯୦ ପ୍ରତିଶତରୁ ଅଧିକ ରେୟାର ଆର୍ଥ ମ୍ୟାଗ୍ନେଟ ଚୀନ୍‌ରେ ତିଆରି ହେଉଛି।

ମିଶନର ବଡ଼ ଲକ୍ଷ୍ୟ

ଜାତୀୟ କ୍ରିଟିକାଲ ମିନେରାଲ ମିଶନ ଅନୁସାରେ ଅନେକ ବଡ଼ ଲକ୍ଷ୍ୟ ରଖାଯାଇଛି। ସରକାର ୫୦ ବିଦେଶୀ ଖଣିଜ ସମ୍ପତ୍ତିକୁ ହାସଲ କରିବାର ଯୋଜନା କରାଯାଉଛି। ଏହା ବ୍ୟତୀତ, କ୍ରିଟିକାଲ ମିନେରାଲ୍ସର ପୂରା ଭାଲ୍ୟୁ ଚେନ୍‌ରେ ୧ ହଜାର ପେଟେଣ୍ଟ ଦାଖଲ କରିବା ଏବଂ ୧୦ ହଜାର କୁଶଳୀଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟ ରହିଛି।

ମିଶନରେ ପ୍ରତିବର୍ଷ ବ୍ୟବହାର ହେଉଥିବା ୧୦ ପ୍ରତିଶତ ଖଣିଜକୁ ରିସାଇକେଲ କରିବାକୁ ମଧ୍ୟ ଯୋଜନା ରହିଛି। ଖଣିଜ ମନ୍ତ୍ରଣାଳୟ ଅନୁସାରେ, ଏପର୍ଯ୍ୟନ୍ତ ୩୪ ଖଣିଜ ବ୍ଲକ୍‌ର ପାଞ୍ଚ ପର୍ଯ୍ୟାୟରେ ନିଲମୀ ହୋଇସାରିଛି। ଚଳିତ ମାସ ଆରମ୍ଭରେ ସରକାର ଏହି କ୍ଷେତ୍ରରେ ୧୦ ପେଟେଣ୍ଟ ଏବଂ ସାତ ସେଣ୍ଟର ଅଫ୍‌ ଏକ୍ସିଲେନ୍ସୀ ବାଛିଛନ୍ତି। ଯେଉଁଥିରେ ଚାରିଟି ଆଇଆଇଟି ସାମିଲ ଅଛି। ଏହି ସେଣ୍ଟର ମହତ୍ବପୂର୍ଣ୍ଣ ଖଣିଜର ଟେକନିକ୍ ଉପରେ ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.