ଭୁବନେଶ୍ୱର ୦୯।୦୬ : ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ । ସମୟ ଅଛି ସତର୍କ ହୋଇଯାଅ । ଅଭିଯାନ ଆରମ୍ଭ ହୋଇଛି, କେହି ବି ବର୍ତ୍ତିବେ ନାହିଁ । ଯିଏ ଦୁର୍ନୀତି କରିବ ସିଏ ଜେଲ୍ ଯିବ । ସରକାରଙ୍କ ସଂକଳ୍ପ, ଯେଉଁଠି ଥିଲେ ବି ବନ୍ଧାହେବେ । ଆମକୁ ସହଯୋଗ କରନ୍ତୁ, କେହି ବି ଲାଞ୍ଚ ଦିଅନ୍ତୁ ନାହିଁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ନୀତିର ମୂଳପୋଛ କରିବା ପାଇଁ ଆମ ସରକାରର ଅଭିଯାନ ଆରମ୍ଭ ହୋଇଛି । କେହି ବି ବର୍ତ୍ତିବେ ନାହିଁ। ଏହାରି ଭିତରେ ଅନେକ ସରକାରୀ ଅଧିକାରୀ ଅସାଧୁ କାର୍ଯ୍ୟ ପାଇଁ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଅନେକ ଅଧିକାରୀ ଗିରଫ ହୋଇ ଜେଲରେ ଅଛନ୍ତି । ୪ ଓ ୫ ତାରିଖରେ ସମସ୍ତ ଅଧିକାରୀଙ୍କୁ ଡାକି ଦୁର୍ନୀତି ବନ୍ଦ କରିବାକୁ ଚେତାବନୀ ଦେଇଥିଲୁ । ଆଉ ରବିବାର ଜଣେ ଆଇଏଏସ୍ ଅଧିକାରୀଙ୍କ ଘରୁ ୪୭ ଲକ୍ଷ ଟଙ୍କା ଜବତ ହୋଇଛି । ୧୦ ଲକ୍ଷ ଟଙ୍କା ଜଣେ କ୍ରସର ବେପାରୀଙ୍କୁ ମାଗିଥିଲେ । ପୁଣି ଥରେ କହୁଛୁ ଏବେ ବି ସମୟ ଅଛି ସମସ୍ତେ ସତର୍କ ହୋଇ ଯାଆନ୍ତୁ । କେହି ବର୍ତ୍ତିବେ ନାହିଁ । ଦୁର୍ନୀତି ବିରୋଧରେ ଶୁନ୍ୟ ସହନଶୀଳତା ନୀତି ଆମ ସରକାରଙ୍କ ସଂକଳ୍ପ । ଦୁର୍ନୀତି ଯିଏ କରିବ ସିଏ ଜେଲ ଯିବ । ଯେଉଁଠି ଥିଲେ ବି ବନ୍ଧା ହେବ । ଲୋକମାନେ ଏଥିରେ ଆମକୁ ସହଯୋଗ କରନ୍ତୁ । କେହି ବି ଲାଞ୍ଚ ଦିଅନ୍ତୁ ନାହିଁ । ଲାଞ୍ଚ ନେବା ଯେତେ ବଡ଼ ଅପରାଧ ଦେବା ମଧ୍ୟ ସମ ପରିମାଣର ଅପରାଧ ।