୧୫ ହଜାର କର୍ମଚାରୀଙ୍କୁ କାହିଁକି ଛଟେଇ କଲା ମାଇକ୍ରୋସଫ୍ଟ, ଚିଠିରେ ଭବିଷ୍ୟତ କଥା କହିଲେ ସତ୍ୟ ନାଡେଲା

Published By : Prameya-News7 Bureau | July 25, 2025 IST

ନୂଆଦିଲ୍ଲୀ: ଦୁନିଆର ବଡ଼ ସଫ୍ଟୱେର କମ୍ପାନି ମାଇକ୍ରୋସଫ୍ଟ ତାର ସଫଳତାର ଯାତ୍ରା ଜାରି ରଖିଛି । କମ୍ପାନିର ଆୟ ମଧ୍ୟ ଲଗାତାର ବୃଦ୍ଧି ପାଉଛି । ଏହା ସତ୍ତ୍ୱେ ଏହାର ୧୫ ହଜାର ଲୋକଙ୍କୁ ଚାକିରିରୁ ବାହାର କରାଯାଇଛି । ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଏହା ପଦକ୍ଷପେ ଉପରେ ଦଃଖ ପ୍ରକାଶ କରିଛନ୍ତି । ସେ ୨ ଲକ୍ଷରୁ ଅଧିକ ମାଇକ୍ରୋସଫ୍ଟ କର୍ମଚାରୀଙ୍କ ଏକ ଚିଠି ଲେଖିଛନ୍ତି । ଏଥିରେ ନିକଟରେ କମ୍ପାନି ଦ୍ୱାରା କରାଯାଇଥିବା ଛଟେଇ କଥା ଉଲ୍ଲେଖ କରିଛନ୍ତି । ଏହାସହ କେଉଁ କାରଣ ପାଇଁ ଏପରି କରାଗଲା, ସେ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାଇକ୍ରୋସଫ୍ଟ ଏବେ କେବଳ ସଫ୍ଟୱେର କମ୍ପାନି ରହିବାକୁ ଚାହୁଁନାହିଁ ।

ରିପୋର୍ଟ ଅନୁସାରେ, ସତ୍ୟ ନାଡେଲା କମ୍ପାନିର କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି । ନିକଟରେ କମ୍ପାନି କରିଥିବା ଛଟେଇ ଉପରେ ସେ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, "ଏହି ପଦକ୍ଷେପ ସବୁଠୁ କଠିନ ନିଷ୍ପତ୍ତି ମଧ୍ୟରୁ ଗୋଟିଏ । ଏହା ସେହି ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି, ଯେଉଁମାନଙ୍କ ସହ କାମ କରିଥିଲୁ । ଆମ ସହକର୍ମୀ, ଟିମର ସାଥୀ ଏବଂ ବନ୍ଧୁ ।" ଚିଠିରେ ସତ୍ୟ ନାଡେଲା ଛଟେଇ ପଛର କାରଣ ବି କହିଛନ୍ତି ।

ମାଇକ୍ରୋସଫ୍ଟରେ ହୋଇଥିବା ଛଟେଇ ଉପରେ ସତ୍ୟ ନାଡେଲା କହିଛନ୍ତି ଯେ ଭବିଷ୍ୟତକୁ ଦେଖି କମ୍ପାନି କଷ୍ଟମର୍ସଙ୍କ ବଦଳୁଥିବା ଆବଶ୍ୟକତା ପୂରା କରିବାକୁ ପଡ଼ିବ । ସେ କହିଛନ୍ତି, କମ୍ପାନି ଏଆଇରେ ୮୦ ବିଲିୟନ ଡଲାର ନିବେଶ କରିବାକୁ ଯାଉଛି । ନାଡେଲା ଏହା ବି ସ୍ୱୀକାର କରିଛନ୍ତି ଯେ ଭବିଷ୍ୟତରେ ଲୋକ ନିଜର ଆଙ୍ଗୁଠିରେ ରିସର୍ଚ୍ଚର୍ସ, ଏକ୍ସପର୍ଟ କିମ୍ୱା କୋଡିଂ ଏଜେଣ୍ଟଙ୍କୁ ଡାକି ପାରିବେ । ସତ୍ୟ ନାଡେଲା ଏଆଇ ଆଡକୁ ଇଙ୍ଗିତ କରିଛନ୍ତି । ସେ କହିଛନ୍ତି ଯେ ଏଆଇ ଯାହା ପରିବର୍ତ୍ତନ ଆଣିଛି, ସେଥିରେ ଅନେକ ନିଯୁକ୍ତି ଶେଷ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ମାଇକ୍ରୋସଫ୍ଟ ହୋଇଥିବା ଛଟେଇ ଏହାର ବୈଶ୍ୱକ ଶ୍ରମଶକ୍ତିର 7 ପ୍ରତିଶତ । ଏହି ଛଟେଇ ସତ୍ତ୍ୱେ କମ୍ପାନିର ଲାଭ ବଢି ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.