ଶିଲଂ ( ମେଘାଳୟ) : ଇଡି ଜାଲରେ ବିଶ୍ୱବିଦ୍ୟାଳୟର କୁଳପତି। ଅଚଳାଚଳ ସମ୍ପତ୍ତି ଦେଖି ଇଡିର ଆଖି ଟେରା। ଟଙ୍କା ନେଇ ନକଲି ପ୍ରମାଣ ପତ୍ର ଯୋଗାଇ ଦେଉଥିବା ମାମଲାରେ , ଶିଲଂରେ ଏକ ବିଶ୍ୱବିଦ୍ୟାଳୟର କୁଳପତି ଅର୍ଥାତ୍ ଚାନ୍ସଲର ଓ ତାଙ୍କ ପରିବାର ସଦସ୍ୟଙ୍କ ପ୍ରାୟ ୨୦.୨୮କୋଟି ଟଙ୍କାର ସଂପତ୍ତି ଅସ୍ଥାୟୀ ଭାବେ ଜବତ କରିଛି ଇଡି। ଇଡି ପକ୍ଷରୁ ଜାରି ବିଜ୍ଞପ୍ତିରେ ଜଣେ ଅଧିକାରୀ କହିଛନ୍ତି ଯେ, ଏହି ସଂପତ୍ତି ଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀରେ ୧୯.୨୮ କୋଟି ଟଙ୍କା ମୂଲ୍ୟର ଚାରୋଟି ଅସ୍ଥାବର ସଂପତ୍ତି ଓ ବ୍ୟାଙ୍କ ବାଲାନ୍ସ ଭାବେ କୋଟିଏ ଟଙ୍କାର ସ୍ଥାବର ସଂପତ୍ତି ରହିଛି , ଯାହାକୁ ମନି ଲଣ୍ଡରିଂ ନିବାରଣ ଆଇନ ( ପିଏମଏଲଏ), ୨୦୦୨ ର ବ୍ୟବସ୍ଥା ଅନୁସାରେ ଜବତ କରାଯାଇଛି।
ଏହା ପୂର୍ବରୁ ଶିଲଂ ସ୍ଥିତ ଇଡି ଉପ-କ୍ଷେତ୍ରୀୟ କାର୍ଯ୍ୟାଳୟ ତିନି ଜୁଲାଇରେ ଏକ ପ୍ରୋଭିଜନାଲ ଆଟାଚମେଣ୍ଟ ଅର୍ଡର ଜାରି କରିଥିଲା, ଯେଉଁଥିରେ ପିଏମଏଲଏ , ୨୦୦୨ର ପ୍ରାବଧାନ ଅନୁସାରେ ସିଏମଜେ ବିଶ୍ୱବିଦ୍ୟାଳୟର କୁଳାଧିପତି ଚନ୍ଦ୍ରମୋହନ ଝା ଓ ତାଙ୍କର ପରିବାରର ସଦସ୍ୟଙ୍କ ୨୦.୨୮ କୋଟି ଟଙ୍କାର ସଂପତ୍ତି ଜବତ କରିବା କଥା କୁହାଯାଇ ଥିଲା। ଇଡି ବିବୃତ୍ତିରେ କହିଛି ଯେ, ଏହି ସଂପତ୍ତି ୨୦୧୩ ଓ ୨୦୨୨ ମଧ୍ୟରେ କ୍ରୟ କରାଯାଇଛି, ଯାହାକି ବ୍ୟାଙ୍କ୍ ବାଲାନ୍ସକୁ ଲୁଚାଇବାର ପ୍ରୟାସରେ ୧୬ ଡିସେମ୍ୱର , ୨୦୨୪ରେ ଠକେଇ ଦ୍ୱାରା ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ହସ୍ତାନ୍ତର କରି ଦିଆ ଯାଇଛି।
ଇଡି ମେଘାଳୟର ପୂର୍ବୀୟ ଖାସି ହିଲ୍ସ ଶିଲଂ ଜିଲ୍ଲାର ଅପରାଧ ତଦନ୍ତ ବିଭାଗ (ସିଆଇଡି ) ପୁଲିସ ଥାନାରେ ସିଏମଜେ ବିଶ୍ୱବିଦ୍ୟାଳୟ ବିରୋଧରେ ରୁଜୁ ଏକ ଏଫଆଇଆରର ଆଧାରରେ ତଦନ୍ତ ଆରମ୍ଭ କରିଥିଲେ। ଏହି ଅଭିଯୋଗ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଏମଏସ ରାୱ ରାଜ୍ୟର ତତ୍କାଳୀନ ରାଜ୍ୟପାଳ ଆରଏସ ମୁଶାହରୀଙ୍କ ନିର୍ଦ୍ଦେଶରେ ରୁଜୁ କରିଥିଲେ, ଯିଏ ସିଏମଜି ବିଶ୍ୱବିଦ୍ୟାଳୟର ଗେଷ୍ଟ (ଭିଜିଟର) ଥିଲେ।
ଇଡି କହିଛି , ସିଆଇଡି ଦ୍ୱାରା ମାମଲାର ଯାଞ୍ଚରେ ବିଶ୍ୱବିଦ୍ୟାଳୟ ସହ ସମ୍ୱନ୍ଧିତ ଅନେକ ଅନିୟମିତତା ବିଷୟରେ ଜଣାପଡ଼ିଛି , ଯେଉଁଥିରେ ଡିଗ୍ରୀ ଗୁଡ଼ିକ ବିକ୍ରି ମଧ୍ୟ ସାମିଲ ଥିଲା। କିନ୍ତୁ ମାମଲା କେବଳ ଖାଲି ଏତିକି ନଥିଲା , ଯାହା ମାଧ୍ୟମରେ ବିଶ୍ୱବିଦ୍ୟାଳୟର ଅଂଶୀଦାରମାନେ ପ୍ରାୟ ୮୩ କୋଟି ଟଙ୍କାର ଅପରାଧିକ ଆୟ ପାଇଥିଲେ।
ଏହା ପୂର୍ବରୁ ୩୧ ମାର୍ଚ୍ଚ ୨୦୧୭, ୩୦ ନଭେମ୍ୱର ୨୦୨୧ ଓ ୧୧ ଜୁଲାଇ ୨୦୨୪ରେ ପ୍ରୋଭିଜନାଲ ଅର୍ଡର ପାରିତ କରାଯାଇ ଥିଲା ଏବଂ କୁଳାଧିପତି ଝା ଓ ତାଙ୍କର ପରିବାରର ସଦସ୍ୟଙ୍କ କବଜାରେ କ୍ରମଶଃ ୨୭.୬୬ କୋଟି ଟଙ୍କା , ୧୩.୫୪ କୋଟି ଟଙ୍କା ଓ ୭.୫୬ କୋଟି ଟଙ୍କାର ସଂପତ୍ତି ଜବତ ହୋଇ ଥିଲା। କୁଳାଧିପତି ଝାଙ୍କ ବିଭିନ୍ନ ପରିସରରେ ଅବୈଧ ଆୟର ଉତ୍ସକୁ ଜାଣିବା ପାଇଁ ଡିସେମ୍ୱର ୨୦୨୪ରେ ତିନି ଦିନ ଯାଏ ତଲାସୀ ପରେ ୧.୧୫ କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ମଧ୍ୟ ଜବତ କରାଯାଇ ଥିଲା।