ନୂଆଦିଲ୍ଲୀ : ପାକିସ୍ତାନରେ ଅବନତିଶୀଳ ଅର୍ଥବ୍ୟବସ୍ଥା। ପାକିସ୍ତାନର କୋଟି କୋଟି ଟଙ୍କାର ଋଣ ଥାଇପାରେ। କିନ୍ତୁ ଏଠାରେ ମଧ୍ୟ ଅନେକ ଧନୀ ଲୋକ ଅଛନ୍ତି। ଆଜି ଆମେ ଆପଣଙ୍କୁ ପାକିସ୍ତାନର ସବୁଠାରୁ ଧନୀ ବ୍ୟକ୍ତି ଶାହିଦ ଖାନଙ୍କ ବିଷୟରେ କହିବୁ, ଯିଏ ହଜାର ହଜାର କୋଟି ଟଙ୍କାର ମାଲିକ।
ଭାଗ୍ୟ କେତେବେଳେ କାହାକୁ କେଉଁଠି ପହଞ୍ଚାଇବ ସେ କଥା କିଏ କହିବ। ଆଜି ଯେ ଗରିବ କାଲି ସେ ଧନୀ। କିନ୍ତୁ ଏଥିପାଇଁ ଦରକାର କଠିନ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ। ଏ ସବୁ କିଛି ପ୍ରଯୁଜ୍ୟ ପାକିସ୍ତାନର ସବୁଠାରୁ ଧନୀ ବ୍ୟକ୍ତି ଶାହିଦ ଖାନ। ତାଙ୍କର ଗରିବରୁ ଧନୀ ହେବାର କାହାଣୀ ପ୍ରକୃତରେ ବେଶ୍ ଚିତାକର୍ଷକ। ଲାହୋରରେ ଜନ୍ମଗ୍ରହଣ କରିଥିବା ଶାହିଦ ରଫିକ ଖାନ୍। ଅନେକ ସଂଘର୍ଷର ସାମ୍ନା କରିଛନ୍ତି। ସେ ତାଙ୍କ ସଫଳତାର ଯାତ୍ରା 1967 ମସିହାରେ 16 ବର୍ଷ ବୟସରେ ପକେଟରେ ମାତ୍ର 500 ଆମେରିକୀୟ ଡଲାର ସହ ଆରମ୍ଭ କରିଥିଲେ। ତାଙ୍କ ଜୀବନରେ ଗୋଟିଏ ସମୟ ଏମିତି ବି ଥିଲା, ଯେତେବେଳେ ଶାହିଦ ଆମେରିକାର ଇଲିନୋଇସ୍ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ପଢିବା ସମୟରେ ଚଳିବା ପାଇଁ ମାଜିଥିଲେ ବାସନ । କିନ୍ତୁ ଆଜି 74 ବର୍ଷୀୟ ଶାହିଦ ଏକ ଫୁଟବଲ୍ କ୍ଲବର ମାଲିକ। ଆଉ ପ୍ରାୟ 30,000 ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି।
ତେବେ କିଏ ଏହି ଶାହିଦ ଖାନ?
ଶାହିଦ ଖାନ ଜଣେ ବଡ଼ ଶିଳ୍ପପତି ଯାହାଙ୍କ ବ୍ୟବସାୟ ପାକିସ୍ତାନ, ଆମେରିକା ସମେତ ସାରା ବିଶ୍ୱରେ ବିସ୍ତାରିତ। ସେ ଅଟୋ ପାର୍ଟସ ଯୋଗାଣକାରୀ କମ୍ପାନୀ ଫ୍ଲେକ୍ସ-ଏନ-ଗେଟର ମାଲିକ। ଏହା ବ୍ୟତୀତ ସେ ଆମେରିକୀୟ ଫୁଟବଲ୍ ଦଳ ଜ୍ୟାକସନଭିଲ୍ ଜାଗୁଆରର ମଧ୍ୟ ମାଲିକ। ଶାହିଦ ଖାନ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ 16 ବର୍ଷ ବୟସରେ ସେ ପାଠପଢ଼ା ପାଇଁ ଆମେରିକା ଯାଇଥିଲେ। ଏବଂ ଏହା ପରେ ଆମେରିକାରେ ସେ ସ୍ଥାୟୀ ବାସୀନ୍ଦା ପାଲଟିଗଲେ। ତାଙ୍କ ପାଖରେ ଏବେ ବି ଆମେରିକାର ନାଗରିକତା ଅଛି। ପ୍ରାରମ୍ଭରେ ଶାହିଦ ଖାନଙ୍କୁ ସେଠାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଦିନବେଳା ପାଠପଢ଼ା ସହିତ, ଶାହିଦ ରାତିରେ ବାସନ ମାଜିବା କାମ କରୁଥିଲେ। ଏହି ଚାକିରିରୁ ସେ ପ୍ରତି ଘଣ୍ଟାରେ $1.20 ରୋଜଗାର କରୁଥିଲେ। ଶାହିଦ ଖାନ 1971 ମସିହାରେ ଆମେରିକାର ଗ୍ରାଞ୍ଜର କଲେଜ ଅଫ୍ ଇଞ୍ଜିନିୟରିଂରୁ ଶିଳ୍ପ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ବଡ଼ କଥା ହେଉଛି ଯେ ଯେତେବେଳେ ସେ ପାକିସ୍ତାନରୁ ଆମେରିକା ଯାଇଥିଲେ, ତାଙ୍କ ହାତରେ କେବଳ 500 ଡଲାର ଥିଲା।
୧୯୮୦ ମସିହାରେ ଶାହିଦଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିଥିଲା । ଯେତେବେଳେ ସେ ତାଙ୍କ ପୂର୍ବତନ ନିଯୁକ୍ତିଦାତାଙ୍କଠାରୁ ଫ୍ଲେକ୍ସ-ଏନ୍-ଗେଟ୍ କିଣିଥିଲେ। ଏହି ଫାର୍ମଟି ବିଶ୍ୱସ୍ତରରେ ଏକ ପ୍ରମୁଖ ଅଟୋମୋଟିଭ୍ ଉପାଦାନ ନିର୍ମାତା ଏବଂ ବିକ୍ରେତା ପାଲଟିଛି। ଆଜି ତାଙ୍କ କମ୍ପାନୀରେ 30 ହଜାରରୁ ଅଧିକ କର୍ମଚାରୀ ସାରା ବିଶ୍ୱରେ କାମ କରୁଛନ୍ତି। ୨୦୧୧ ମସିହାରେ ଶାହିଦ ଖାନ ଆମେରିକୀୟ ଫୁଟବଲ୍ ଦଳ ଜ୍ୟାକସନଭିଲ୍ ଜାଗୁଅର୍ସ କିଣିଥିଲେ। ୨୦୧୩ ମସିହାରେ ସେ ବ୍ରିଟେନର ଫୁଲହାମ୍ ଫୁଟବଲ୍ କ୍ଲବର ମାଲିକ ହୋଇଥିଲେ। ଶାହିଦ ଏବଂ ତାଙ୍କ ପୁଅ ଟୋନି WWE ସହିତ ପ୍ରତିଯୋଗିତା କରିବା ପାଇଁ ୨୦୧୯ ମସିହାରେ ଏକ ବୃତ୍ତିଗତ କୁସ୍ତି ମନୋରଞ୍ଜନ କମ୍ପାନୀ ଅଲ୍ ଏଲିଟ୍ ରେସଲିଂ ଆରମ୍ଭ କରିଥିଲେ। ସାହିଦ ଖାନ ଟୋରଣ୍ଟୋରେ ଫୋର୍ ସିଜନ୍ସ ହୋଟେଲର ମାଲିକ ଏବଂ ୨୦୨୬ ସୁଦ୍ଧା ସେ ଜ୍ୟାକସନଭିଲରେ ଚାରୋଟି ନୂଆ ଫୋର୍ ସିଜନ୍ସ ସମ୍ପତ୍ତି ଖୋଲିବାକୁ ଯୋଜନା କରୁଛନ୍ତି।
ଫୋର୍ବସ୍ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୩.୧ ବିଲିୟନ ଆମେରିକୀୟ ଡଲାର କିମ୍ବା ୧,୧୦,୦୦୦ କୋଟି ଟଙ୍କାରୁ ଅଧିକ ।
ଫୋର୍ବସ୍ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଶାହିଦ ଖାନଙ୍କୁ 156 ତମ ସ୍ଥାନରେ ରଖିଛି। ବଡ଼ କଥା ହେଉଛି ଯେ ଗତ ମାସରେ ଶାହିଦ ଖାନଙ୍କ ସମ୍ପତ୍ତି ଦ୍ରୁତ ଗତି ଅର୍ଥାତ୍ ପ୍ରାୟ $1.2 ବିଲିୟନ ବୃଦ୍ଧି ପାଇଛି। ଏତେ ସମ୍ପତ୍ତି ଥିବା ସତ୍ତ୍ୱେ, ଶାହିଦ ଖାନଙ୍କ ସମ୍ପତ୍ତି ଭାରତର ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କଠାରୁ ବହୁତ କମ୍। ଶାହିଦଙ୍କୁ ଫୋର୍ବସ୍ ପତ୍ରିକାର କଭରରେ ସ୍ଥାନିତ ହେବା ସମେତ ବିଭିନ୍ନ ସ୍ୱୀକୃତି ମିଳିଛି।