ରାଜକୋଟର TRP ଗେମିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ, ୭ ଜଣଙ୍କ ମୃତ୍ୟୁ, ଅଧିକାଂଶ ଛାତ୍ର

Published By : Prameya-News7 Bureau | May 25, 2024 IST

ନୂଆଦିଲ୍ଲୀ: ଗୁଜରାଟର ରାଜକୋଟର କାଲାୱାଡ ରୋଡ୍ ସ୍ଥିତ ଟିଆରପି ଗେମିଂ ଜୋନରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ଜଳି ପ୍ରାୟ ୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଏବେ ବି କିଛି ଜଣ ଫସି ରହିଥିବା ଆଶଂକା କରାଯାଉଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିବା କୁହାଯାଉଛି । ନିଆଁର ବଡ଼ ବଡ଼ ହୁଳା ଦେଖିବାକୁ ମିଳୁଛି । ସୂଚନା ମିଳିବା ପରେ ନିଆଁକୁ ଆୟତ୍ତ କରିବା ପାଇଁ ଦମକଳର ଅନେକ ଗାଡ଼ି ମୁତୟନ କରାଯାଇଛି ।

ଅଗ୍ନିଶମ ବିଭାଗର ଜଣେ ଅଧଇକାରୀ ଆଇ.ବି.ଖେର କହିଛନ୍ତି ଯେ ଆମେ ନିଆଁ ଲିଭାଇବା ପାଇଁ ଉଦ୍ୟମ କରୁଛି । ବିଲ୍ଡିଂ ଭୁଶୁଡ଼ିବା ଏବଂ ପବନ ବୋହିବା ଯୋଗୁଁ ନିଆଁ ଲିଭାରେ ବହୁ ସମସ୍ୟା ସାମନା କରିବାକୁ ପଡ଼ୁଛି । ସେହିପରି ପୋଲିସ କମିଶନର ରାଜୁ ଭାର୍ଗଭ କହିଛନ୍ତି ଯେ ନିଆଁକୁ ଆୟତ୍ତ କରି କୁଲିଂ ଅପରେସନ ପରେ ମୃତାହତଙ୍କ ସଠିକ୍ ସୂଚନା ମିଳିପାରିବ । ସେ କହିଛନ୍ତି ଯେ ନିଆଁ ଲାଗିବା କାରଣର ଯାଞ୍ଚ କରାଯିବ । ପୋଲିସ ଅଧିକାରୀ କହିଛନ୍ତି ଯେ ସହରର ସବୁ ଗେମିଂ ଜୋନକୁ ବନ୍ଦ କରିବା ପାଇଁ ଆଦେଶ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.