ଭୁବନେଶ୍ବର ୨।୮: ମାରିଜୁଆନାର ମାୟାଜାଲରେ ରାଜଧାନୀ । ବ୍ୟାଙ୍କଙ୍କରୁ ଭୁବନେଶ୍ବର ଆସୁଛି ହାଇପ୍ରୋଫାଇଲ ନିଶା । ଗଳାବାଟ ସାଜିଛି ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦର । ବାରମ୍ବାର ଏୟାରପୋର୍ଟରୁ ଜବତ ହେଉଛି କୋଟି କୋଟି ଟଙ୍କାର ମାରିଜୁଆନା । ଗତ ମଙ୍ଗଳବାର ଏୟାରପୋର୍ଟରୁ ଜବତ ହୋଇଥିଲା ୩୦ କୋଟି ଟଙ୍କାର ମାରିଜୁଆନା । ଜବତ କରିଥିଲା କଷ୍ଟମ ବିଭାଗ । ଶନିବାର ୮ କୋଟି ଟଙ୍କାର ହାଇଡ୍ରୋପୋନିକ୍ ମାରିଜୁଆନା ଜବତ କରିଛି ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ ବା DRI ।
ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସି ପହଞ୍ଚିଥିଲା ଏୟାରପୋର୍ଟରେ । ଗୁଜରାଟର ଜଣେ ବ୍ୟକ୍ତିଙ୍କଠୁ ଏହାକୁ ଜବତ କରାଯାଇଛି । ଅର୍ଥାତ୍ ୩ ଦିନରେ ଜବତ ହେଲାଣି ୩୮ କୋଟି ଟଙ୍କାର ମାରିଜୁଆନା । କେବଳ ସେତିକି ନୁହେଁ, ଗତ ଜାନୁଆରୀ ମାସରେ ୩ ଥରରେ ଜବତ ହୋଇଥିଲା ୨୧ କୋଟି ଟଙ୍କାର ମାରିଜୁଆନା ।
ଜାନୁଆରୀ ୬ ତାରିଖରେ କେରଳର ଦୁଇ ଜଣ ମହିଳାଙ୍କଠୁ ୧୦ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଥିଲା । ତେବେ ପ୍ରଶ୍ନ ହେଉଛି ଥାଇଲାଣ୍ଡରୁ ଏସବୁ ସିଧାସଳଖ ଭୁବନେଶ୍ବର ଆସୁଛି ନା ଭାୟା ଭୁବନେଶ୍ବର ଦେଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି ।
You Can Read: