ଏପରି ଜଣେ ଅଭିନେତ୍ରୀ, ୧୨ଜଣଙ୍କୁ କରିଛନ୍ତି; ଜାଣନ୍ତୁ କିଏ ସେହି ଅଭିନେତ୍ରୀ...

Published By : Prameya-News7 Bureau | April 16, 2024 IST

ମୁମ୍ବାଇ ୧୬।୦୪: ବଲିଉଡରେ ପରକୀୟା ପ୍ରୀତି ଓ ବ୍ରେକଅପ୍ ଖବର ସାଧାରଣ କଥା । କିନ୍ତୁ ୯୦ ଦଶକର ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏକି ବିବାହ ପୂର୍ବରୁ ୧୨ ଜଣଙ୍କୁ କରିଥିଲେ ଡେଟ । ପରେ ଏକ ବିବାହ କରିଥିଲେ । କିନ୍ତୁ ସେହି ସୁଖ ମଧ୍ୟ କିଛି ଦିନ ପାଇଁ ଥିଲା । ବର୍ତ୍ତମାନ ସ୍ୱାମୀଙ୍କୁ ଛାଡପତ୍ର ଦେଇ ଏକା ରହୁଛନ୍ତି । 

ଏହି ହେଉଛନ୍ତି ଲୋକପ୍ରିୟ ହିରୋଇନ୍ ମନୀଷା କୋଇରାଲା। ୧୯୭୦ରେ ନେପାଳରେ ଜନ୍ମ । ମନୀଷା ୧୯୯୧ରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ମୁଖ୍ୟତଃ ବଲିଉଡ ଅଭିନେତ୍ରୀ । ୩୩ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି ମନୀଷା ।

ପ୍ରଫେସନାଲ୍‌ କ୍ୟାରିୟର୍ ଅପେକ୍ଷା ନିଜର ବ୍ୟକ୍ତିଗତ ଜୀବନ ପାଇଁ ବେଶ୍ ଚର୍ଚ୍ଚାରେ ମନୀଷା । ମନୀଷା ୨୦୧୦ରେ ନେପାଳୀ ବ୍ୟବସାୟୀ ସମ୍ରାଟ ଦହଲଙ୍କୁ ବିବାହ କରିଥିଲେ। କିନ୍ତୁ ୨ ବର୍ଷ ମଧ୍ୟରେ ତାଙ୍କର ହୋଇଥିଲା ଛାଡପତ୍ର । ୫୩ ବର୍ଷିୟ ଅଭିନେତ୍ରୀ ବର୍ତ୍ତମାନ ଏକାକୀ ଜୀବନ ବିତାଉଛନ୍ତି । ବ୍ୟବସାୟୀ ସମ୍ରାଟ ଦହଲଙ୍କ ସହ ବିବାହ ପୂର୍ବରୁ ମନୀଷା ୧୧ ଜଣଙ୍କୁ ଡେଟ କରିଥିଲେ । ତାଙ୍କ ଡେଟ୍‌ ତାଲିକାରେ ଅଭିନେତା, ବ୍ୟବସାୟୀ ଏବଂ ରାଷ୍ଟ୍ରଦୂତ ସାମିଲ୍‌।

ରିପୋର୍ଟ ଅନୁଯାୟୀ  ଫିଲ୍ମ ଦୁନିଆରେ ଏଣ୍ଟ୍ରି ସମୟରେ ମନୀଷାଙ୍କ ନାଁ ଅଭିନେତା ବିବେକ ମୁଶ୍ରାନ୍‌ଙ୍କ ଯୋଡା ଯାଇଥିଲା । ଦୁହେଁ ପ୍ରଥମେ ସୌଦାଗର ସେଟରେ ଭେଟିଥିଲେ । ଏହା ହେଉଛି ମନୀଷାଙ୍କର ପ୍ରଥମ ଚଳଚ୍ଚିତ୍ର । ତେବେ ଏହି ଫିଲ୍ମର ସୁଟିଂ ସମୟରେ ବିବେକ ଏବଂ ମନୀଷା ନିକଟତର ହୋଇଥିଲେ । କିନ୍ତୁ ସେମାନଙ୍କର ସମ୍ପର୍କ ଶୀଘ୍ର ଭାଙ୍ଗିଯାଇଥିଲା । ବିବେକ ମୁଶରାନଙ୍କ ପରେ ମନିଶା ନାନା ପାଟେକରଙ୍କୁ ଡେଟ କରୁଥିଲେ । ନାନା ପାଟେକର ଖୋଲାଖୋଲି ଭାବେ ଏହି ସମ୍ପର୍କକୁ ଗ୍ରହଣ କରିଥିଲେ, କିନ୍ତୁ କିଛି ଦିନ ମଧ୍ୟରେ ସେମାନଙ୍କ ସମ୍ପର୍କ ଭାଙ୍ଗିଗଲା । 

ନାନା ପାଟେକରଙ୍କ ସହ ବ୍ରେକଅପ୍ ପରେ ମନୀଷା ଡିଜେ ହୁସେନ୍‌ଙ୍କ ପ୍ରେମରେ ପଡିଥିଲେ। କିନ୍ତୁ ଯେତେବେଳେ ଲଣ୍ଡନରେ ରହୁଥିବା ନାଇଜେରିଆର ବ୍ୟବସାୟୀ ସେସିଲ ଆନ୍ଥୋନି ମଣିଶାଙ୍କ ଜୀବନରେ ଆସିଥିଲେ ସେତେବେଳେ ସେମାନେ ଅଲଗା ହୋଇଗଲେ ।

ସେସିଲ ଆନ୍ଥୋନୀଙ୍କ ସହ ମନୀଷାଙ୍କ ନାମ ଲାଇମଲାଇଟରେ ଆସିଥିଲା ଯେତେବେଳେ ମନିଷାର ଅନେକ ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ଏହି ସମ୍ପର୍କ ମଧ୍ୟ ଶୀଘ୍ର ସମାପ୍ତ ହେଲା । ସେସିଲଙ୍କ ବ୍ରେକଅପ୍ ପରେ ମନୀଷା ଅଭିନେତା ଆର୍ଯ୍ୟନ୍ ବୈଦଙ୍କୁ ଡେଟ କରିଥିଲେ । କିନ୍ତୁ କିଛି କାରଣରୁ ଏହି ସମ୍ପର୍କ ବଢିପାରିନଥିଲା ।  

ମନୀଷା ନେପାଳରେ ଅଷ୍ଟ୍ରେଲୀୟ ରାଷ୍ଟ୍ରଦୂତ କ୍ରିସପିନ କନ୍ରୋଙ୍କୁ ଡେଟ କରୁଥିବା ଶୁଣିବାକୁ ମିଳୁଛି। କିନ୍ତୁ ତାଙ୍କ ସହ ମଧ୍ୟ ବ୍ରେକଅପ୍ ହୋଇଥିଲା। ମନୀଷା ବ୍ୟବସାୟୀ ଅଜିମ ପ୍ରେମଜୀଙ୍କ ପୁଅ ତାରିକ ପ୍ରେମଜୀ, ମଡେଲ ରାଜୀବ ମଲଚାନ୍ଦାନୀ, ସଙ୍ଗୀତ ରଚନା ସନ୍ଦୀପ ଚୈତନ୍ୟ ଏବଂ ଖ୍ରୀଷ୍ଟୋଫର ଡୋରିସଙ୍କୁ ଡେଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.