ସୋନପୁର ୨୩।୦୫ : ସୋନପୁର ଜିଲ୍ଲାର ଡୁଙ୍ଗୁଲିପାଲି ଓ ବିନିକା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ରବି ଋତୁ ପାଇଁ ଧାନ କିଣାର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଅନ୍ୟା ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ।
ତେବେ ପ୍ରଥମ ପର୍ଯ୍ୟାୟରେ ବିନିକା ସମବାୟ ସମିତି ୨୭୩୯୨ କ୍ଵିଣ୍ଟାଲ ଧାନ କିଣା ଟାର୍ଗେଟ ଆସିଥିବା ବେଳେ ତୁଳସୀ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ୪୦୯୧୧ କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ଆସିଛି। ଜିଲ୍ଲାପାଳଙ୍କୁ କଟନି ଛଟନି ହେଉଥିବା ଅଭିଯୋଗ କରିଥିଲେ ଚାଷୀ ନେତ୍ରୀ ସୋନାଲି ବିଶି । ସେପଟେ କଟନି ଛଟନି ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।