କେନ୍ଦ୍ରାପଡ଼ା ୨।୬: ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଆଦେଶ l କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ସୋମବାର ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି l
ସୂଚନାଯୋଗ୍ୟ ଯେ, ୨୦୨୪ ମସିହାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ ହୋଇଥିଲା l ମାମଲାରେ ପୋଲିସ ଅଭିଯୁକ୍ତ ୭୫ ବର୍ଷ ବୟସ୍କ ବଟକୃଷ୍ଣ ସାହୁକୁ ଗିରଫ କରିଥିଲା l ଏହି ମାମାଲାର ବିଚାର କରି ୭ ଜଣଙ୍କ ସାକ୍ଷ ଆଧାରରେ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ ବଟକୃଷ୍ଣ ପ୍ରତି ଦଣ୍ଡବିଧାନ କରିଛନ୍ତି l ଏହି ମାମଲାରେ ନାବାଳିକା ପୀଡିତାକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି l
You Can Read:
ରାଜ୍ୟରେ ପ୍ରବେଶ କରିବା ପରେ ଦୁର୍ବଳ ହୋଇଛି ମୌସୁମୀ ବାୟୁ, ଅସହ୍ୟ ଗୁଳୁଗୁଳିରୁ ଅସ୍ତବ୍ୟସ୍ତ ଜନ ଜୀବନ