ପାଟଣା ୧୪।୬: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଶଙ୍ଖୁଆ ଗାଁରେ ଛେଳି ଚୋରିକୁ ନେଇ ହତ୍ୟାକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ପରେ ମୃତଦେହକୁ ରାସ୍ତାକଡ଼ରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ମୃତ ବ୍ୟକ୍ତି ଜଣଙ୍କ ହେଲେ ପରମାନନ୍ଦ ନାଏକଙ୍କ ପୁଅ ବିପିନ ବିହାରୀ ନାଏକ । ଶଙ୍ଖୁଆ ଗୋରାଣ୍ଡିଯୋଡି ରାସ୍ତାର ଶଙ୍ଖୁଆ ହାଇସ୍କୁଲ ନିକଟରେ ତାଙ୍କ ମୃତଦେହ ପଡିରହିଥିଲା । ଛେଳି ଚୋରି କରିଥିବା ଅଭିଯୋଗରେ ତାଙ୍କୁ କିଛି ଲୋକ ପିଟିପିଟି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପାଟଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read:
ଭଣ୍ଡାରିପୋଖରୀରେ ସୁଧୁରୁଛି ସ୍ଥିତି, ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଆକ୍ରାନ୍ତ