ମାଳଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ବିଲ୍ଡିଂରେ ପିଏମ୍ ମୋଦିଙ୍କ ବଡ଼ ଫଟୋ : ବଦଳିଗଲା ମୁଇଜ୍ଜୁଙ୍କ ମନୋଭାବ

Published By : Prameya-News7 Bureau | July 25, 2025 IST

ମାଲେ : ଦୁଇ ଦିବସୀୟ ମାଳଦ୍ୱୀପ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍‌କ ନିମନ୍ତ୍ରଣରେ ପିଏମ ମୋଦିଙ୍କ ଏହି ଯାତ୍ରା ଅନୁଷ୍ଠିତ ହେଉଛି। ମାଲେରେ ନିଜେ ମୁଇଜ୍ଜୁ ଅନ୍ୟ ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିବାକୁ ପହଞ୍ଚି ଥିଲେ। ସେଠାରେ ପୂରା ସହରକୁ ପିଏମ ମୋଦିଙ୍କ ଫଟୋରେ ସଜ୍ଜା ଯାଇଛି। ଏମିତି କି , ମାଲେ ସ୍ଥିତ ମାଳଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟର ବିଲ୍ଡିଂରେ ମଧ୍ୟ ପିଏମ୍‌ ମୋଦିଙ୍କ ଏକ ବଡ଼ ଫଟୋ ଲାଗିଛି। ସେଠାର ପ୍ରତିରକ୍ଷା ମନ୍ତ୍ରଣାଳୟର ବିଲ୍ଡିଂର ସମ୍ମୁଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବ୍ୟ ଫଟୋ ଦେଖାଯାଇ ପାରିବ। ପ୍ରକୃତ କଥା ହେଲା , ମାଳଦ୍ୱୀପରେ ପିଏମ୍‌ ମୋଦିଙ୍କ ଭବ୍ୟ ସ୍ୱାଗତର ଆଲୋଚନା ଏଥିପାଇଁ ମଧ୍ୟ ଜରୁରୀ , କାରଣ ଗୋଟେ ସମୟ ଥିଲା, ଯେତେବେଳେ ମାଳଦ୍ୱୀପ ଭାରତର ଖୋଲାଖୋଲି ବିରୋଧ କରୁଥିଲା। ଚୀନର ନିକଟତର ହେବା ପାଇଁ ମାଳଦ୍ୱୀପର ମୁଇଜ୍ଜୁ ଭାରତ ପରିବର୍ତ୍ତେ ବେଜିଂ ଯାତ୍ରା କରିଥିଲେ ଏବଂ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ସାକ୍ଷାତ୍‌ କରି ୨୦ଟି ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ କରିଥିଲେ।

ଇଣ୍ଡିଆ ଆଉଟର ନାରା ଦେଇ ମାଳଦ୍ୱୀପରେ ରାଷ୍ଟ୍ରପତି ପଦର ନିର୍ବାଚନ ଜିତିଥିବା ମହମ୍ମଦ ମୁଇଜ୍ଜୁଙ୍କ କ୍ରୋଧ ଆଉ ନାହିଁ, ପୂର୍ବ ତୁଳନାରେ ବଦଳି ଯାଇଛି। ସେ ପୂର୍ବରୁ ଯେଉଁଠି ଖୋଲା ଖୋଲି ବିରୋଧ କରୁଥିଲେ, ଏବେ ଭାରତକୁ ଖୁସି କରାଇବାରେ ଲାଗିଛନ୍ତି। ପ୍ରକୃତ କଥା ହେଲା , ଭାରତ ମାଳଦ୍ୱୀପକୁ ଅନେକ ସ୍ତରରେ ଝଟକା ଦେଇଛି, ଯେଉଁଥିରେ ମୁଇଜ୍ଜୁ ବୁଝି ପାରିଛନ୍ତି ଯେ, ଭାରତ ତାଙ୍କ ପାଇ କେତେ ଜରୁରୀ। ଗତ ବର୍ଷର ଆରମ୍ଭରେ ମାଳଦ୍ୱୀପର କିଛି ମନ୍ତ୍ରୀମାନେ ପିଏମ୍‌ ମୋଦିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ, ଯାହା ପରେ ଭାରତରେ ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ କରିବାକୁ ଲାଗିଲା। ଏହାର ପ୍ରଭାବ ଏତେ ବଡ଼ ହେଲା ଯେ, ଭାରତୀୟ ପର୍ଯ୍ୟଟକମାନେ ମାଳଦ୍ୱୀପ ଯିବା ବନ୍ଦ କରି ଦେଲେ ଏବଂ ସେଠାର ପର୍ଯ୍ୟଟନ ବିଭାଗକୁ ବଡ଼ ଆର୍ଥିକ ଝଟକା ଲାଗିଛି। 

ମାଳଦ୍ୱୀପର ପହଞ୍ଚିବା ପରେ ପିଏମ୍ ମୋଦିଙ୍କୁ ମୁଇଜ୍ଜୁ ନିଜେ ସ୍ୱାଗତ କରିବାକୁ ଆସି ଥିଲେ। ସେ ପିଏମ୍ ମୋଦିଙ୍କ ବିମାନ ସମ୍ମୁଖରେ ସେତେବେଳେ ଯାଏ ଛିଡ଼ା ହୋଇ ଥିଲେ , ଯେପର୍ଯ୍ୟନ୍ତ ମୋଦି ବିମାନର ସିଡିରୁ ତଳକୁ ଆସି ନଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଓ ମୁଇଜ୍ଜୁ ପରସ୍ପରକୁ ଆଲିଙ୍ଗନ କରି ଥିଲେ ଏବଂ ପାରମ୍ପରିକ ନୃତ୍ୟ ପ୍ରସ୍ତୁତ ସହ ପିଲାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଗତ କରିଥିଲେ। ସେ ଏୟାରପୋର୍ଟରେ ପିଏମ ମୋଦିଙ୍କ ସ୍ୱାଗତ ପାଇଁ କେବଳ ନିଜେ ଆସି ନଥିଲେ, ସରକାରର ଅନ୍ୟ କିଛି ମନ୍ତ୍ରୀଙ୍କୁ ମଧ୍ୟ ସାଥିରେ ଆଣି ଥିଲେ। ସେଠାରେ ମାଳଦ୍ୱୀପର ବିଦେଶ ମନ୍ତ୍ରୀ , ପ୍ରତିରକ୍ଷା ମନ୍ତ୍ରୀ , ଗୃହମନ୍ତ୍ରୀ ମଧ୍ୟ ଏୟାରପୋର୍ଟରେ ପିଏମ୍‌ ମୋଦିଙ୍କ ସ୍ୱାଗତ ପାଇଁ ଉପସ୍ଥିତ ଥିଲେ। ଏହାପରେ, ଏୟାରପୋର୍ଟ ବାହାରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ପୋଷ୍ଟର ଲାଗିଥିଲା। କହି ରଖୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦୁଇ ଦିବସୀୟ ଯାତ୍ରାରେ ମାଳଦ୍ୱୀପରେ ପହଞ୍ଚିଛନ୍ତି , ସେଠାରେ ସେ ଦ୍ୱୀପ ଦେଶର ୬୦ତମ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.