ନୂଆଦିଲ୍ଲୀ ୨୨।୦୮; ସଂସଦ ସୁରକ୍ଷାରେ ବଡ ତ୍ରୁଟି । ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଉଲ୍ଲଂଘନ ଘଟଣା ସାମ୍ନାକୁ ଆସିଛି।ଶୁକ୍ରବାର ସଂସଦ ଭବନ ଭିତରକୁ ଜଣେ ଦୁର୍ବୃତ୍ତ ପଶିବାକୁ ଉଦ୍ୟମ କରିଛି । ପାଚେରୀ ଡେଇଁ ସଂସଦର ଗରୁଡ଼ ଦ୍ଵାରରେ ପହଞ୍ଚିଥିଲା ଅନୁପ୍ରବେଶକାରୀ । ସେହି ସମୟରେ ଅତି ଚତୁରତାର ସହିତ ଅଭିଯୁକ୍ତକୁ ଧରିଥିଲେ ସୁରକ୍ଷାକର୍ମୀ ।
ଏହି ଘଟଣା ଆଜି ସକାଳ ପ୍ରାୟ ୬.୩୦ ସମୟରେ ଘଟିଥିଲା। ବ୍ୟକ୍ତି ଜଣକ ପ୍ରଥମେ ଗଛରୁ ରେଳ ଭବନ ପାର୍ଶ୍ୱରୁ କାନ୍ଥ ଡେଇଁ ନୂଆ ସଂସଦ ଭବନର ଗରୁଡ଼ ଦ୍ଵାରରେ ପହଞ୍ଚିଥିଲା। ସଂସଦ ଭବନରେ ଉପସ୍ଥିତ ତିବା ସୁରକ୍ଷା କର୍ମୀ ଅଭିଯୁକ୍ତକୁ କାବୁ କରିଥିଲେ । ତେବେ କେଉଁ ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଜଣକ ସଂସଦ ଭିତରକୁ ପଶିଥିଲା, ତାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସଂସଦ ସୁରକ୍ଷା ଶାଖା ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ପୋଲିସକୁ ହସ୍ତାନ୍ତର କରିନାହିଁ।
ସୂତ୍ର ଅନୁଯାୟୀ, ଅଭିଯୁକ୍ତକୁ ସ୍ଥାନୀୟ ପୋଲିସକୁ ସରକାରୀ ଭାବରେ ହସ୍ତାନ୍ତର କରାଯିବା ପରେ ହିଁ ପୋଲିସ ତାଙ୍କୁ ପଚରାଉଚରା କରିବ। ବର୍ତ୍ତମାନ, ସଂସଦ ସୁରକ୍ଷା ଶାଖା ତାଙ୍କୁ ପଚରାଉଚରା କରୁଛି। ଗିରଫ ବ୍ୟକ୍ତି ଉତ୍ତର ପ୍ରଦେଶର ଜଣେ ଯୁବକ ବୋଲି ଚିହ୍ନଟ କରାଯାଇଛି। ସେ ବର୍ତ୍ତମାନ ଗୁଜରାଟର ଏକ ଦୋକାନରେ କାମ କରନ୍ତି।