ଡେଟିଂକୁ ନେଇ ମୁହଁ ଖୋଲିଲେ ସିରାଜ-ମାହିରା, କହିଲେ-ଅଯଥା ପ୍ରଶ୍ନ କରନ୍ତୁନି...

Published By : Prameya-News7 Bureau | March 23, 2025 IST

ମୁମ୍ଵାଇ ୨୩।୦୩; ବଲିଉଡ୍ ଅଭିନେତ୍ରୀ ଏବଂ କ୍ରିକେଟର ମଧ୍ୟରେ ପ୍ରେମ ସଂପର୍କ,ଡେଟିଂ ଖବର ସବୁବେଳେ ଚର୍ଚ୍ଚା ହୁଏ । ଅନେକ ଅଭିନେତ୍ରୀ କ୍ରିକେଟରଙ୍କୁ ହିଁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି । ଏହାରି ଭିତରେ ଏବେ ଆଉ ଜଣେ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ଡେଟିଂ ଚାଲିଥିବାର ଖବର ସାମ୍ନାକୁ ଆସୁଛି ।ନିକଟରେ ବିଗ୍‌ବସ୍‌ ୧୩ ଫେମ୍‌ ମାହିରା ଶର୍ମାଙ୍କ ନାଁ କ୍ରିକେଟର ମହମ୍ମଦ ସିରାଜଙ୍କ ସହ ଯୋଡା ଯାଇଛି । ଏବେ ଏହି ଡେଟିଂକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଉଭୟ ଏଥିରେ ବ୍ରେକ୍‌ ଲଗାଇଛନ୍ତି । 

ଦୁହେଁ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏହି ଖବରକୁ ସିଧାସଳଖ ଗୁଜବ ବୋଲି କହିଛନ୍ତି । ମାହିରା ଏଭଳି ଗୁଜବ ଠାରୁ ଦୂରେଇ ରହିବା ସହ ଅଜଥା ପ୍ରଚାର ନକରିବା ପାଇଁ ଗଣମାଧ୍ୟମକୁ କହିଛନ୍ତି। ସେ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଲେଖିଛନ୍ତି,‘ଗୁଜବ ସୃଷ୍ଟି କରିବା ବନ୍ଦ କରନ୍ତୁ, ମୁଁ କାହାକୁ ବି ଡେଟ୍ କରୁନାହିଁ ।’ କହିବାକୁ ଗଲେ ଗୁରୁବାର ମାହିରା ଏକ ଇଭେଣ୍ଟରେ ଯୋଗ ଦେବାକୁ ଯାଇଥିବା ବେଳେ ପାପରାଜିମାନେ ତାଙ୍କୁ ପ୍ରିୟ ଆଇପିଏଲ୍ ଖେଳାଳିଙ୍କ ବିଷୟରେ ପ୍ରଶ୍ନ କରିବା ସହ ସିରାଜଙ୍କୁ ନେଇ ମଜା ଉଡ଼ାଇଥିଲେ । ଏହା ବ୍ୟତୀତ ମାହିରା ଆଇପିଏଲରେ କାହାକୁ ସପୋର୍ଟ କରିବେ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ।

 କରିଥିଲେ । ଏହି ପ୍ରଶ୍ନର ଉତ୍ତର ସେ ନଦେଇ ଚାଲିଯାଇଥିଲେ । ଏହା ପରେ ଆରମ୍ଭ ହୋଇଯାଇଥିଲା ଡେଟିଂ ଚର୍ଚ୍ଚା । ସେପଟେ ଭାରତୀୟ କ୍ରିକେଟର୍ ମହମ୍ମଦ ସିରାଜ୍ ମଧ୍ୟ ଏହି ଖବରକୁ ଖଣ୍ଡନ କରିଛନ୍ତି । କ୍ରିକେଟର୍ ପାପାରାଜିକୁ ଅନୁରୋଧ କରି ସେ କହିଛନ୍ତି,‘ ଦୟାକରି ଅଯଥା ପ୍ରଶ୍ନ କରନ୍ତୁ ନାହିଁ ।ଏହି ଖବରର କୌଣସି ସତ୍ୟତା ନାହିଁ,ଆଶା କରୁଛି ଏସବୁ ଶୀଘ୍ର ବନ୍ଦ ହେବ । ସୋସିଆଲ୍ ମିଡିଆ ଷ୍ଟୋରୀରେ ଏହି ପୋଷ୍ଟ୍ କରିବାର କିଛି ସମୟ ପରେ ସିରାଜ୍ ପୋଷ୍ଟ୍ ଡିଲିଟ୍ କରିଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.