ସଞ୍ଜୟ ନିରୂପମଙ୍କୁ ଦଳରୁ ବହିସ୍କାର କରିବା ପାଇଁ ହାଇକମାଣ୍ଡଙ୍କୁ ଚିଠି ଲେଖିଲା ମହାରାଷ୍ଟ୍ର କଂଗ୍ରେସ

Published By : Prameya-News7 Bureau | April 03, 2024 IST

indiatoday

ମୁମ୍ବାଇ: ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଅଭିଯୋଗରେ ନିଜ ଦଳର ନେତା ସଞ୍ଜୟ ନିରୁପମଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିଛି। ନିରୁପମଙ୍କୁ ଦଳରୁ ବହିଷ୍କାର କରିବାକୁ ରାଜ୍ୟ କଂଗ୍ରେସ ପାର୍ଟିରେ ପ୍ରସ୍ତାବ ପାରିତ ହୋଇଛି। ଲୋକସଭା ଆସନ ବୁଝାମଣା ନେଇ ସଞ୍ଜୟ ଇଣ୍ଡିଆ ମେଣ୍ଟ ସହଯୋଗୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ।  

ଯାହାକୁ ରାଜ୍ୟ କଂଗ୍ରେସ ବିରୋଧ କରି ସଞ୍ଜୟଙ୍କୁ ବହିଷ୍କାର କରିବାକୁ ହାଇକମାଣ୍ଡ ଓ ଶୃଙ୍ଖଳା କମିଟି ପାଖକୁ ପ୍ରସ୍ତାବ ପଠାଇଛନ୍ତି।

ସଞ୍ଜୟ ନିରୂପମଙ୍କୁ ବହିଷ୍କାର କରିବାକୁ ମୁମ୍ବାଇରେ ରାଜ୍ୟ କଂଗ୍ରେସ କୋର୍ କମିଟି ବୈଠକ ବସିଥିଲା। ଏଥିରେ ସଞ୍ଜୟଙ୍କୁ ଷ୍ଟାର କ୍ୟାମ୍ପନର ତାଲିକାରେ ହଟାଇବା ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏହାକୁ ନେଇ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି “ ଆମେ ସଞ୍ଜୟ ନିରୁପଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦେଇଛୁ। ଦଳ ବିରୋଧୀ କାର୍ଯ୍ୟ ପାଇଁ ସଞ୍ଜୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଖୁବ୍‌ଶୀଘ୍ର ଆପଣଙ୍କୁ(ଗଣମାଧ୍ୟମ) ଜଣାଇ ଦିଆଯିବ।” 

ପଢ଼ନ୍ତୁ-କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଲେ ପୂର୍ବତନ ବକ୍ସର ବିଜେନ୍ଦ୍ର ସିଂହ 

ସୂଚନା ଥାଉକି ସଞ୍ଜୟ ନିରୂପମ ଲୋକସଭା ଆସନ ବୁଝମଣା ନେଇ ଖୋଲାଖୋଲି ଭାବେ ଉଦ୍ଧବ ଠାକ୍‌ରେଙ୍କୁ ବିରୋଧ କରୁଛନ୍ତି। ତାଙ୍କ ବିରୋଧରେ ନାନା ମନ୍ତବ୍ୟ ଦେଉଛନ୍ତି। ଯାହାକୁ ନେଇ ଶିବସେନା ୟୁବିଟି ଓ କଂଗ୍ରେସ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ତେଣୁ ସଞ୍ଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ବାଧ୍ୟ ହୋଇଛି।

ଅନ୍ୟପଟେ ସଞ୍ଜୟ ଦଳ ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେଣୁ ସେ କଂଗ୍ରେସ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ବୋଲି କୁହାଯାଉଛି। ଦଳ ସଞ୍ଜୟଙ୍କୁ ବହିଷ୍କାର କରିବା ପରେ ତାଙ୍କ ଗତି କେଉଁଆଡ଼େ ଯିବ ତାହା ସ୍ପଷ୍ଟ ହେବ। 



  • Lok Sabha Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.