ଦେଶର ସବୁଠୁ ଲମ୍ୱା ଏକ୍ସପ୍ରେସୱେ ମହାରାଷ୍ଟ୍ରରେ ନିର୍ମାଣ ହେବ , ୟୁପିର ଏହି ପ୍ରୋଜେକ୍ଟକୁ ପକାଇ ଦେବ ପଛରେ

Published By : Prameya-News7 Bureau | June 24, 2025 IST

ମୁମ୍ୱାଇ : ମହାରାଷ୍ଟ୍ରର ଦେବେନ୍ଦ୍ର ଫଡଣବିସ୍‌ ସରକାର ମଙ୍ଗଳବାର (୨୪ ଜୁନ)ରେ ଏକ ଅତି ମହାତ୍ୱାକାଂକ୍ଷୀ ‘ ମହାରାଷ୍ଟ୍ର ଶକ୍ତିପୀଠ ଏକ୍ସପ୍ରେସୱେ’କୁ ଅନୁମୋଦନ ଦେଇଛନ୍ତି। ଏହି ଏକ୍ସପ୍ରେସୱେ ୮୦୦ କିଲୋମିଟର ଲମ୍ୱା ହେବ, ଯାହା ପୂର୍ବ ମହାରାଷ୍ଟ୍ରକୁ ଦକ୍ଷିଣୀ କୋଙ୍କଣ ସହ ଯୋଡ଼ି ୧୨ଟି ଜିଲ୍ଲା ମଧ୍ୟ ଦେଇ ଗତି କରିବ। କ୍ୟାବିନେଟ୍‌ର ହୋଇଥିବା ବୈଠକରେ ଏହାର ନିର୍ମାଣ ପାଇଁ ୨୦,୭୮୭ କୋଟି ଟଙ୍କା ଆବଣ୍ଟନକୁ ମଧ୍ୟ ମଞ୍ଜୁରୀ ଦିଆ ଯାଇଛି। କ୍ୟାବିନେଟ୍‌ ମିଟିଂର ଅଧ୍ୟକ୍ଷତା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍‌ କରିଛନ୍ତି। 

ଅଧିକାରୀଙ୍କ ମୁତାବିକ, ୮୦୨ କିଲୋମିଟର ଲମ୍ୱ ଏକ୍ସପ୍ରେସୱେ ୱାର୍ଦ୍ଧା ଜିଲ୍ଲାର ପୱନାରକୁ ସିନ୍ଧୁଦୁର୍ଗ ଜିଲ୍ଲାରେ ମହାରାଷ୍ଟ୍ର-ଗୋଆ ସୀମା ସ୍ଥିତ ପାତ୍ରାଦେବୀ ସହ ଯୋଡ଼ବ। ଏହି ଏକ୍ସପ୍ରେସୱେରୁ ନାଗପୁର ଓ ଗୋଆର ମଧ୍ୟରେ ଯାତ୍ରାର ସମୟ ବର୍ତ୍ତମାନର ୧୮ଘଣ୍ଟାରୁ ହ୍ରାସ ପାଇଁ ୮ଘଣ୍ଟା ରହିବାର ଆଶା ରହିଛି। ହାଇ-ସ୍ପିଡ୍‌ କରିଡୋର ୱାର୍ଦ୍ଧା, ୟବତମାଲ, ହିଙ୍ଗୋଲୀ , ନାନ୍ଦେଡ୍‌, ପରଭଣୀ , ବିଡ୍ , ଲାଟୁର , ଧାରାଶିବ, ସୋଲାପୁର, ସାଙ୍ଗଲୀ , କୋଲହାପୁର , ସିଙ୍ଘୁଦୁର୍ଗ ଜିଲ୍ଲା ମଧ୍ୟ ଦେଇ ଗତି କରିବ। 

ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁଠି ବି ଭୂମି ଅଧିଗ୍ରହଣ ଭୟରେ ପ୍ରକଳ୍ପକୁ ବିରୋଧ କରାଯାଉଛି, ସେଠାରେ ସ୍ଥାନୀୟ ଚାଷୀଙ୍କ ସହ କଥାବାର୍ତ୍ତା ହୋଇ ଏହି ପ୍ରୋଜେକ୍ଟକୁ ଖୁବ୍‌ଶୀଘ୍ର ସଂପୂର୍ଣ୍ଣ କରାଯିବା ଉଚିତ୍‌। ଏହି ଏକ୍ସପ୍ରେସ୍‌ୱେର ନାଁ ଶକ୍ତିପୀଠ ଏକ୍ସପ୍ରେସୱେ ରଖାଯାଇଛି। ଅଧିକାରୀଙ୍କ ଅନୁସାରେ , ଏକ୍ସପ୍ରେସୱେର ଉଦ୍ଦେଶ୍ୟ ଅମ୍ୱାଜୋଗାଇ , ଔନ୍ଧା ନାଗନାଥ ଓ ପରଲୀ ବୈଜନାଥର ଦୁଇଟି ଜ୍ୟୋତିର୍ଲିଙ୍ଗ , କରଞ୍ଜା-ଲାଡ୍‌ , ଆକ୍ସାଲକୋଟ ,ଔଦୁମ୍ୱର ଓ ନରସାବାଚି ୱାଡି ଭଳି ପ୍ରମୁଖ ଆଧ୍ୟାତ୍ମିକ ଓ ଐତିହାସିକ ସ୍ଥଳ ବ୍ୟବୀତ ମାହୁର , ତୁଲଜାପୁର, କୋଲହାପୁର ଓ ପଣ୍ଡରପୁର ଭଳି ପ୍ରମୁଖ ତୀର୍ଥ ସ୍ଥଳ ସହ ଯୋଡିବା। ଏହି କାରଣରୁ ଏହାର ନାଁ ଶକ୍ତିପୀଠ ଏକ୍ସପ୍ରେସୱେ ରଖାଯାଇଛି। 

ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମ ଏହି ପ୍ରକଳ୍ପକୁ ପୂରା କରିବ। ହୁଡକୋ ପାଖାପାଖି ୭,୫୦୦ ହେକ୍ଟୋର ଭୂମିର ଅଧିଗ୍ରହଣ ପାଇଁ ୧୨,୦୦୦ କୋଟି ଟଙ୍କାର ଋଣ ଦେଇଛି। ସେ କହିଛି ଯେ ,ଏକ୍ସପ୍ରେସର ଉଦ୍ଦେଶ୍ୟ ରାଜ୍ୟର ସବୁ ଶକ୍ତିପୀଠ ଗୁଡ଼ିକୁ ଯୋଡ଼ିବା ଓ ପର୍ଯ୍ୟଟନ ଓ କନେକ୍ଟିଭିଟିର ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ କରିବା।

ଏହି ଏକ୍ସପ୍ରେସୱେ କୌଣସି ବି ରାଜ୍ୟରେ ଦେଶର ସବୁଠୁ ଦୀର୍ଘ ଏକ୍ସପ୍ରେସ ହେବ। ଏହା ଉତ୍ତର ପ୍ରଦେଶର ଗଙ୍ଗା ଏକ୍ସପ୍ରେସୱେକୁ ମଧ୍ୟ ପଛରେ ପକାଇବ, ଯାହାର ଲମ୍ୱ ୫୯୪ କିଲୋମିଟର ହେବ। ଗଙ୍ଗା ଏକ୍ସପ୍ରେସୱେ ମିରଟରୁ ପ୍ରୟାଗରାଜ ମଧ୍ୟରେ ନିର୍ମାଣଧୀନ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.