ନୂଆଦିଲ୍ଲୀ ୦୩/୦୬: ଭୂକମ୍ପରେ ଥଲିଲା ଗ୍ରୀସ ମାଟି । ମଙ୍ଗଳବାର ଗ୍ରୀସର ଡୋଡେକାନିଜ୍ ଦ୍ୱୀପପୁଞ୍ଜ ଅଞ୍ଚଳରେ ୬.୨ ତୀବ୍ରତାରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ୟୁରୋପୀୟ ଭୂମଧ୍ୟ ସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ରିପୋର୍ଟ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା ତୁର୍କୀ ସୀମା ନିକଟବର୍ତ୍ତୀ ଅଞ୍ଚଳ । EMSC ନିଶ୍ଚିତ କରିଛି ଯେ ୬୮ କିଲୋମିଟର ଗଭୀରତାରେ ଭୂକମ୍ପ ରେକର୍ଡ କରାଯାଇଛି। ତେବେ ତୁର୍କୀର ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଅନୁଯାୟୀ, ମଙ୍ଗଳବାର ସକାଳୁ ଭୂମଧ୍ୟସାଗରୀୟ ଉପକୂଳବର୍ତ୍ତୀ ସହର ମାରମାରିସରେ ୫.୮ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା ।
🚨🇬🇷 6.2-MAGNITUDE EARTHQUAKE STRIKES GREECE NEAR TURKEY BORDER
— Mario Nawfal (@MarioNawfal) June 3, 2025
A 6.2-magnitude earthquake hit the Dodecanese Islands of Greece early Tuesday, close to the Turkish border, according to the European Mediterranean Seismological Centre.
The quake struck at a depth of 68 km (42… pic.twitter.com/gXa8e7GF5Z
ମାର୍ମାରିସ ରାଜ୍ୟପାଳ ଇଦ୍ରିସ ଆକବିୟିକ କହିଛନ୍ତି ଯେ, ଭୂକମ୍ପର ତୀବ୍ରତା ଏତେ ଥିଲା ଯେ, ଲୋକେ ଘରୁ ବାହାରି ପଳାଇଆସିଥିଲେ । ଏହି ସମୟରେ ସାତ ଜଣ ଲୋକ ଆହତ ହୋଇଛନ୍ତି । କାରଣ ଅନେକ ଜୀବନ ବଞ୍ଚାଇବାକୁ ବାଲକୋନିରୁ ଡେଇଁବାକୁ ବାଧ୍ୟ ହୋଇଥିଲେ । ତେବେ ଗୁରୁତର କ୍ଷତିଗ୍ରସ୍ତ ବା କେହି ମୃତାହତ ହୋଇଥିବା ଖବର ନାହିଁ ।
ଭୂମଧ୍ୟସାଗରରେ କେନ୍ଦ୍ରୀଭୂତ ଏହି ଭୂମିକମ୍ପ ରାତି ୨.୧୭ରେ ହୋଇଥିଲା । ଏହା ଗ୍ରୀକ୍ ଦ୍ୱୀପ ରୋଡ୍ସ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଅନୁଭୂତ ହୋଇଥିଲା । ତୁର୍କୀ ପ୍ରମୁଖ ଅଞ୍ଚଳରେ ବାରମ୍ବାର ଭୂମିକମ୍ପ ହେବାର ସମ୍ଭାବନା ଅଧିକ ରହିଛି । ୨୦୨୩ ମସିହାରେ, ୭.୮ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯେଉଁଥିରେ ୫୩,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ୧୧ ଟି ପ୍ରଦେଶରେ ବ୍ୟାପକ ଧ୍ୱଂସ ଘଟାଇଥିଲା। ଉତ୍ତର ସିରିଆରେ ବି ୬,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା।