ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | July 07, 2025 IST

ଭୁବନେଶ୍ୱର,୦୭।୦୭: ରବିବାର ଗାଙ୍ଗେୟ  ପଶ୍ଚିମବଙ୍ଗ ଓ ଏହାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ  କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ସୋମବାର ୭ଟି  ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର,   ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼,  ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ାରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ । ଏହି ୭ ଜିଲ୍ଲା ପାଇଁ  ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୋମବାର ବଲାଙ୍ଗିର, ସୋନପୁର, ବୌଦ୍ଧ,  କନ୍ଧମାଳ, କଳାହାଣ୍ଡି, ନୟାଗଡ଼, କଟକ, ଢେଙ୍କାନାଳରେ  ଅଧିକ ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ପାଇଁ  ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ସହ ବିଜୁଳି  ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ୩୦ରୁ ୪୦  କିଲୋମିଟର ବେଗରେ ପବନ ବହିବ । 

୮ ତାରିଖରେ  ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର,  ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା,  ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ବର୍ଷା ହେବ । ସେହିପରି  ୯ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼   ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।  ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ  ଜାରି କରାଯାଇଛି । ୧୦ରେ ସୁନ୍ଦରଗଡ଼, କେନ୍ଦୁଝର,  ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲା, ୧୧ରେ ସୁନ୍ଦରଗଡ଼,  କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା  ରହିଥିବାରୁ ୟେଲେ। ୱାର୍ଣ୍ଣିଂ ଜାରି ହୋଇଛି ।   

ରବିବାର ସକାଳରୁ ସଂଧ୍ୟା ଭିତରେ ବାରିପଦାରେ  ସର୍ବାଧିକ ୯୩ ମିଲିମିଟର ବର୍ଷା ହୋଇଛି ।

ବାଲେଶ୍ୱରରେ  ୬୭ ମିଲିମିଟର,ପାରାଦୀପରେ ୨୦.୨, ବଲାଙ୍ଗୀରରେ  ୧୧.୫, ଢେଙ୍କାନାଳରେ ୧୨, ନୂଆପଡ଼ାରେ ୧୦.୨, ଟିଟିଲାଗଡ଼ରେ ୧୧ ମିଲିମିଟର ବର୍ଷା ହୋଇଛି ।   ଭୁବନେଶ୍ୱର, ପୁରୀରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ଦେଓଗାଁରେ ୩୦୬  ମିମି, ସମ୍ବଲପୁର ବାମରାରେ ୨୮୫.୪, ଝାରସୁଗୁଡ଼ା  ଲଇକେରାରେ ୨୭୦.୪, କୋଲାବିରାରେ ୨୩୩,  ସୁନ୍ଦରଗଡ଼ରେ ୨୦୭.୮, କେନ୍ଦୁଝର ବାଂଶପାଳରେ  ୧୭୯.୯, ସୁନ୍ଦରଗଡ଼ ହେମଗିରିରେ ୧୭୬ ଓ  କେନ୍ଦୁଝର ତେଲକୋଇରେ ୧୦୬ ମିମି ବର୍ଷା ହୋଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.