ଭଦ୍ରକ ୧୭।୦୬: ମନ୍ଦିରରୁ ଲୁଟ ପାଇଁ ଆସି ଦୁଇ ଦୁଇ ଥର ଫେଲ ମାରିଲେ ଚୋର । ଲୋକେ ଗୋଡ଼ାଇବା ପରେ କଟର ମେସିନ ସହ ଅନ୍ୟ ସ୍ଥାନରୁ ଚୋରି କରିଥିବା ଟଙ୍କା ମଧ୍ୟ ଛାଡି ପଳାଇଥିଲେ। ଭଦ୍ରକ ସହରାଞ୍ଚଳରେ ଥିବା କ୍ଷମା ସାଗର ମଠରୁ ଲୁଟ ଉଦ୍ୟମ ଫେଲ୍ ହୋଇଛି ।
ଖବର ଅନୁଯାୟୀ, ସୋମବାର ରାତିରେ କିଛି ଚୋର ମନ୍ଦିର ଭିତରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକ ଙ୍କୁ ଦେଖି ଦୌଡ଼ି ପଳାଇଥିଲେ। ପରେ ପୁଣି ବିଳମ୍ବିତ ରାତିରେ ୨ ଜଣ ଚୋର ବାଇକ୍ ଧରି କିଛି ଦୂରରେ ଠିଆ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଚୋର ମନ୍ଦିର ଭିତରେ ପଶିଥିଲେ। ଦାନବାକ୍ସ ଟେକି ନେଉଥିବା ବେଳେ ମଠ ନିକଟରେ ଥିବା ଘର ଲୋକେ ଉଠି ପଡ଼ିବା ଯୋଗୁଁ ଚୋର ଦାନ ବାକ୍ସ ଫୋଫାଡ଼ି ଦୌଡ଼ି ପଳାଇଥିଲେ। ଏହାସହ କଟର ମେସିନ ସହ ଅନ୍ୟ ସ୍ଥାନରୁ ଲୁଟ କରିଥିବା ଟଙ୍କା ମଧ୍ୟ ଛାଡି ପଳାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୋଲିସ ପହଞ୍ଚି ଚୋର ଛାଡି ଯାଇଥିବା ଟଙ୍କା ଓ କଟର ମେସିନ ଜବତ କରିଛି।