ଚୁଡ଼ଙ୍ଗପୁର ଗାଁରେ କଳାକନା ବୁଲାଇଲେ ଲୁଟେରା, ନେଇଗଲେ ୮ ଭରି ସୁନା ଓ ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | August 02, 2025 IST

ଦିଗପହଣ୍ଡି ୦୨।୦୮ : ଗଞ୍ଜାମ ଦିଗପହଣ୍ଡି ଥାନା ଦେଓଖାଳି ନିକଟ ଚୁଡ଼ଙ୍ଗପୁର ଗାଁରେ କଳାକନା ବୁଲାଇଲେ ଲୁଟେରା । ୩ଲକ୍ଷ ଟଙ୍କା ଓ ୮ଭରି ସୁନା ଚୋରି କରିନେଲେ ଲୁଟେରା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଚୋରମାନେ ପ୍ରହଲ୍ଲାଦ ପ୍ରଧାନଙ୍କ ଘରେ ପଶି ଲୁହା ଆଲମିରା ଚାବି କାଟି ପ୍ରାୟ ୩ଲକ୍ଷ ୨୦ହଜାର ଟଙ୍କା, ୮ଭରି ଓଜନର ସୁନା ଅଳଙ୍କାର ଓ ଗୋଟିଏ ମୋବାଇଲ ଫୋନ ଚୋରି କରିଛନ୍ତି । ସେ ରାତିରେ ଚାଷଜମିକୁ ପାଣି ବୁହାଇବା ପାଇଁ ଯାଇଥିଲେ। ଘରେ ତାଙ୍କର ସ୍ତ୍ରୀ ଓ ୨ଝିଅ ଶୋଇଥିବା ବେଳେ ତାଙ୍କୁ କୌଣସି ଔଷଧ ସ୍ପ୍ରେ କରି ଅଚେତ କରାଯାଇ ଏପରି ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେ ପିଲାଙ୍କ ପଢ଼ା ଖର୍ଚ୍ଚ ପାଇଁ ସେ ତାଙ୍କ ଧାନ ବିକ୍ରି ଟଙ୍କା ଆଣି ଘରେ ରଖିଥିଲେ। ତାହା ଚୋରି ହୋଇଯାଇଛି। ଏନେଇ ସେ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.