ଭଦ୍ରକ ୨୪।୬: ବ୍ଲକ୍ ସମ୍ମୁଖରେ ଲାଗିଛି ଲମ୍ବା ଲାଇନ୍ । ରାସନ୍ କାର୍ଡରେ ପୁଣି ଯୋଡ଼ି ହେବା ସହ e-KYC ପାଇଁ ଲାଗିଛି ଭିଡ଼ । ପ୍ରାୟ ହଜାରେ ଲୋକ ଧାଡ଼ିରେ ଠିଆ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ପରିସରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ସୂଚନାଯୋଗ୍ୟ ଯେ, ରାସନ କାର୍ଡରୁ କଟିଯାଇଥିବା ହିତାଧିକାରୀ ନିଜ ନାମ ଯୋଡିବା ସହ e-KYC ପାଇଁ ବ୍ଲକକୁ ଆସିଛନ୍ତି । କିନ୍ତୁ ମାତ୍ର ଅଳ୍ପ କେତେ ଜଣ ହିତାଧିକାରୀଙ୍କର e-KYC ହୋଇପାରିବ ବୋଲି ସୂଚନା ମିଳିଛି । ବ୍ୟବସ୍ଥା ଅନୁଯାୟୀ ରାସନ କାର୍ଡ ପାଇଁ ପ୍ରଥମେ ଜଣେ ହିତାଧିକାରୀ ମୋ ସେବା କେନ୍ଦ୍ରରେ ଆବେଦନ କରିବେ । ପରେ ସେହି ଆବେଦନ କାଗଜ ନେଇ ବ୍ଲକ୍ରେ ଯାଞ୍ଚ କରାଇବେ ବା ବାୟୋମେଟ୍ରିକ ସିଷ୍ଟମ ଅନୁଯାୟୀ e-KYC କରିବେ । e-KYC ଯାଞ୍ଚ ପରେ ପୁଣି ଜନସେବା କେନ୍ଦ୍ରରେ ଆବେଦନ କଲେ ନାଁ ଯୋଡି ହେବ ।
ତେବେ ପ୍ରତ୍ୟେକ ପଞ୍ଚାୟତରୁ କିଛି କିଛି ହିତାଧିକାରୀଙ୍କୁ ଯୋଡା ଯିବାର ବ୍ୟବସ୍ଥା ହୋଇଛି । କିନ୍ତୁ ଭଣ୍ଡାରିପୋଖରୀ ବ୍ଲକ୍ ଅଧିନ ସମସ୍ତ ପଞ୍ଚାୟତରୁ ବହୁ ସଂଖ୍ୟକ ହିତାଧିକାରୀ ବ୍ଲକ୍ରେ e-KYC ପାଇଁ ପହଞ୍ଚିଯିବାରୁ ଅସମ୍ଭାଳ ଭିଡ ହୋଇଛି । ଭିଡକୁ ନିୟନ୍ତ୍ରଣ କରିବାକୁ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି ।
You Can Read:
୧୦୮ ଆମ୍ବୁଲାନ୍ସରେ ଚାଲିଛି ବସ୍ତା ବୁହା, ଡ୍ରାଇଭର କହିଲେ- ଉପର ଅଫିସରଙ୍କ ନିର୍ଦ୍ଦେଶରେ ଆଣିଥିଲୁ